ରାଘବପୁର ସ୍କୁଲରେ ଶିଶୁ ତରଙ୍ଗ ମହୋତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ରାଘବପୁର ବିଦ୍ୟାଳୟରେ ଶିଶୁ ତରଙ୍ଗ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆସପେୟାର ଅନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ଅନାଦି ଚରଣ ଜେନା ପୌରହିତ୍ୟ କରିଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଝୋଟିଚିତ୍ର, ସାଧାରଣଜ୍ଞାନ, ମିଉଜିକ ଚେୟାର, ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇତିପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଆସପେୟାରର ସିଏଫ ସତ୍ୟବ୍ରତ ଜେନା, ସମ୍ନାୀୟ ବକ୍ତା ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ବନମାଳୀ ଜେନା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ôତବା ଲୁକାୟିତ ପ୍ରତିଭା ଉନ୍ମେଚିତ ହୋଇ ପାରିବ ବୋଲି ମତବ୍ୟକ୍ତ କରିବା ସହିତ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଆସପେୟାରର ଇନ୍ଦ୍ରମଣି ନାୟକ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଉମେଶ ପଣ୍ଡା, ହରିଶ୍ଚନ୍ଦ୍ର ଜେନା, ମାନସୀ ନନ୍ଦ, ଜୀବନଜ୍ୟୋତି ରାଉତ, ମମତା ଧଳ, ଦିବ୍ୟଦର୍ଶନୀ ମହାନ୍ତି ସ୍କୁଲ କମିଟିର ଭାଗିରଥି ଧଳ, ଆର୍ତ୍ତତ୍ରାଣ ବାରିକ, ସୁରେନ୍ଦ୍ର ବାରିକ, ରଶ୍ମୀବାଳା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁମୋହନ ବେହେରା ବିଦ୍ୟାଳୟର ବିବରଣୀ ପାଠ କରିଥିବାବେଳେ ଲକ୍ଷ୍ମଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


