ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ  ‍

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗୋଵରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ଠାରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ୮୭ ତମ ଉତ୍କଳ ଦିବସ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଉପ–ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ ଦାସଙ୍କ କଳକମଳରେ ଉଦଘାଟିତ ହୋଇଯାଇଛି । ‌ ‌ ‌ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା,ବ୍ରହ୍ମପୁର ଉପ–ସଚିଵ ଡକ୍ଟର କୁଳମଣି ଓଝା–ଵିଶିଷ୍ଟ ଅତିଥି, ଘୁମୁସର ର ବିଶିଷ୍ଟ ଗବେଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ଶତପଥୀ– ମୁଖ୍ୟ ଅତିଥି, ଘୁମୁସର ସମ୍ବାଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ନେତାଜୀ ବିଷୋୟୀ– ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ଅଧ୍ୟକ୍ଷା ମାମା ପରିଡ଼ା, ପ୍ରାଧ୍ୟାପକ ବିବେକାନନ୍ଦ କର, ଵେଲଗଣ୍ଟା ସମ୍ବାଦ ସାହିତ୍ୟ ଘର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଦଳାଇ, “ବିଶ୍ଵଭାରତୀ” ସଭାପତି ଶ୍ରୀଯୁକ୍ତ କୁଞ୍ଜବିହାରୀ ନାୟକ ଯୋଗଦେଇ ଉତ୍କଳ ଦିବସର ମହନୀୟତା ସହ ଓଡ଼ିଆ ଭାଷା, ଓଡ଼ିଶା ପ୍ରଦେଶର ଇତିହାସ ଉପରେ ଗଭୀର ଭାବେ ଆଲୋକପାତ କରିଥିଲେ । ‌ ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଉଦଘାଟକ ଶ୍ରୀଯୁକ୍ତ ଦାସ ଏବଂ ବରିଷ୍ଠ ଅତିଥି ଶ୍ରୀଯୁକ୍ତ ଓଝାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିବା ବେଳେ ଉତ୍କଳ ଦିବସ ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । କବି ଶିଶିର ସ୍ଵାଇଁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ଵସ୍ତିସୁନ୍ଦର ସିଅ ଅତିଥି ପରିଚୟ ପ୍ରଦାନ ଏବଂ ସମ୍ପାଦକ ଦିବ୍ୟଲୋଚନ ବିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ‌ ‌ ‍ ‍ ପ୍ରାରମ୍ଭ ରେ ଛାତ୍ରୀ ସ୍ଥିତିପ୍ରଜ୍ଞା, ଜିଜ୍ଞାସା, ପୂଜା, ଆଶା, ଲୋପାମୁଦ୍ରା, ମାନସୀ ପ୍ରାରମ୍ଭିକ ସଙ୍ଗୀତ ଵନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଶୁଭାଙ୍ଗୀ, ସୈମୟଶ୍ରୀ, ଶ୍ରାଵଣ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ