ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ଅଭିଯୋଗ ଶୁଣାଣୀ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ଗଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ମଙ୍ଗଳକର ନିମନ୍ତେ ଅଭଯୋଗ ଶୁଣାଣୀ ‘ଦିବ୍ୟାଙ୍ଗଜନ ସମାଧାନ’ ଗଠନ କରାଯାଇଛି । ଏହା ଗଠନ କରିବା ନିମନ୍ତେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଆଭାସୀ ବୈଠକରେ ଜଣାଇଛନ୍ତି । ଏଣିକି ପ୍ରତି ସୋମବାର ଅନୁଷ୍ଠିତ ହେଉଥିବା ଅଭିଯୋଗ ଶୁଣାଣୀ ସକାଳ ୧୦.୦୦ଘ. ଠାରୁ ମଧ୍ୟାହ୍ନ ୧୨.୦୦ଘ. ମଧ୍ୟରେ ଅନୁଷ୍ଠିତ ହେଉଥିବା ଅଭିଯୋଗ ଶୁଣାଣୀ ବେଳେ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣି କରାଯିବ । ଏଥି ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ୍, ଉପଖଣ୍ଡ, ବ୍ରହ୍ମପୁର ମହାନଗର ନିଗମର ଜନଶୁଣାଣୀ ସମୟରେ ଶୁଣିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଟିର ନାମ ପରିବର୍ତ୍ତନ କରି ତାହାକୁ ଜଉଗଡ ସମ୍ମିଳନୀ କକ୍ଷ ଭାବରେ ନାମିତ କରାଗଲା । ଏହି ସମ୍ମିଳନୀ କକ୍ଷରେ ପ୍ରତ୍ୟେକ ସୋମବାର ସକାଳ ୧୦ଘ. ଠାରୁ ମଧ୍ୟାହ୍ନ ୧୨ଘ. ପର୍ଯ୍ୟନ୍ତ ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣୀ କରାଯିବ । ଭଞ୍ଜନଗର ଉପଖଣ୍ଡର ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ଥାୟୀ ମେଡିକାଲ ବୋର୍ଡ ଗଠନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ସ୍ଥାୟୀ ମେଡିକାଲ ବୋର୍ଡଟି ଭଞ୍ଜନଗର ମେଡିକାଲ ପରିସରରେ କାର୍ଯ୍ୟକାରୀ ହେବ । ‘ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣୀରେ ଦିବ୍ୟାଙ୍ଗ ମାନଙ୍କର ସ୍ୱାସ୍ଥ୍ୟ, ପ୍ରମାଣପତ୍ର, ଜୀବନ ଜୀବିକା, ସରକାରୀ ସହାୟତା, ଉପକରଣ ଆବଣ୍ଟନ, ଋଣ ପ୍ରଦାନ, ଶିକ୍ଷା ଇତ୍ୟାଦି ସମ୍ପର୍କରେ ଜନଶୁଣାଣୀ ହେବ । ଏହି ବାଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ପ୍ରିୟ ରଞ୍ଜନ ପୃଷ୍ଟି, ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା) ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରଖା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ