ଓଡ଼ିଶାରେ ଉର୍ଦ୍ଦୁ ଶିକ୍ଷାକୁ ସମାପ୍ତ କରିବା ପାଇଁ : ଓଡ଼ିଶା ସରକାରୀ କଳର ଚକ୍ରାନ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଉର୍ଦ୍ଦୁ ହେଉଛି ଗ.ଓ.ଖ. ମଡର୍ଣ୍ଣ ଇଣ୍ଡିଆନ ଲାଙ୍ଗୁଏଜ୍ ମାନଙ୍କ ମଧ୍ୟରୁ ଅନ୍ୟତମ । ଗତ କିଛିବର୍ଷ ତଳେ ପଞ୍ଜାବ ରାଜ୍ୟରେ ଜମି ରେଜେଷ୍ଟ୍ରି ଉର୍ଦ୍ଦୁ ଭାଷାରେ ହେଉଥିଲା । ଉତ୍ତର ଭାରତର କେତେକ ରାଜ୍ୟରେ ଉର୍ଦ୍ଦୁ ହେଉଛି ଦ୍ୱିତୀୟ ମୁଖ୍ୟ ଭାଷା । ଓଡ଼ିଶାରେ ୧୧୦ ବର୍ଷ ତଳେ ଉପରବର୍ଣ୍ଣିତ ବିଷୟରେ ଏକ ଶିକ୍ଷକ ଟ୍ରେନିଂ ସ୍କୁଲ୍ କଟକରେ ପ୍ରତିଷ୍ଠା ହୋଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉର୍ଦ୍ଦୁ ପାଠ ପଢିବେ, ତଳେ ଉପରବର୍ଣ୍ଣିତ ବିଷୟରେ ଏକ ଶିକ୍ଷକ ଟ୍ରେନିଂ ସ୍କୁଲ ପ୍ରତିଷ୍ଠା ହୋଇଥିଲା । ଗତ କିଛି ବର୍ଷ ଧରି ଏହି ଟେନିଂ ସ୍କୁଲରେ ଉର୍ଦ୍ଦୁ ମାଧ୍ୟମରେ ପାଠ ପଢିଥିବା କେହି ଜଣେ ଶିକ୍ଷକ ନଥିଲେ । ଆମ୍ଭେ ଆପଣଙ୍କ ଦୃଷ୍ଟିକୁ ଏହା ଆଣିଥିଲୁ । ଆପଣଙ୍କ ବିଭାଗ ଏହା ଉପରେ ପଦକ୍ଷେପ ନେବା ପରିବର୍ତ୍ତେ ସର୍ବମୋଟ ଏହି ସ୍କୁଲ୍କୁ ବନ୍ଦ ହେବା ଲାଗି ଦୈନିକ ସମ୍ବାଦ ପୃଷ୍ଠା ୩ ତା ୨୩.୦୨.୨୦୨୨ରିଖରେ ଘୋଷଣା କରିସାରିଛନ୍ତି । (କ) କେତେକ ମୁସଲମାନ ଗ୍ରାମମାନଙ୍କରେ ମୁସଲମାନ ବ୍ୟକ୍ତିମାନେ ନିଜ ଜାଗା ଦେଇ ଉର୍ଦ୍ଦୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । କିନ୍ତୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଇ ଉର୍ଦ୍ଦୁ ପରିବର୍ତ୍ତେ ମୁସ୍ଲିମ୍ ବସ୍ତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲେଖାଯାଇଛି (ଖ) ଭୁବନେଶ୍ୱରରେ ଥିବା ଉର୍ଦ୍ଦୁ ଏକାଡ଼େମୀ ପାଇଁ ସରକାରଙ୍କ ଦ୍ୱାରା ବଜେଟରେ କୌଣସି ଆଲୋକେସନ ହେଉନାହିଁ । ତେଣୁ ଏହା ବନ୍ଦ ହେବାକୁ ବସିଛି । (ଗ) ମାଦ୍ରାସା ବୋର୍ଡ଼ର କୌଣସିି ବାଇ-ଲ ନାହିଁ । କୌଣସି ବିଧିବଦ୍ଧ ସିଷ୍ଟମ ଓ ରେଗୁଲାର ଷ୍ଟାଫ ବିନା ଏହା ପରିଚାଳିତ ହେଉଅଛି । (ଘ) ମାଦ୍ରାସା ବୋର୍ଡ଼ ଦ୍ୱାରା ତାଲିମପ୍ରାପ୍ତ ଫାଜିଲ୍ ଯୋଗ୍ୟତାଧାରୀ ବ୍ୟକ୍ତି ଉଚ୍ଚ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଉଥିଲେ । ୨୦୧୧ ମସିହାରେ ସରକାର ‘ଫାଜିଲ୍’ ଯୋଗ୍ୟତାକୁ ପରିବର୍ତ୍ତନ କରି ଉର୍ଦ୍ଦୁ ବି.ଏଡ୍ ଯୋଗ୍ୟତା ରଖିଛନ୍ତି । ଓଡ଼ିଶାରେ ଉର୍ଦ୍ଦୁ ବି.ଏଡ୍ ଯୋଗ୍ୟତା ହାସଲ କରିବାର କୌଣସି ସୁବିଧା ନାହିଁ । ଏ ସମ୍ପର୍କରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସ୍ଥଗିତାଦେଶ ଜାରି କରାଯାଇଛି । (ଙ) କଟକ ଓଡ଼ିଆ ବଜାରଠାରେ ଉର୍ଦ୍ଦୁ ମାଧ୍ୟମ ବାଳିକା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟରେ କେବଳ ଉର୍ଦ୍ଦୁ ଏମ୍.ଆଇ.ଏଲ୍ ଶିକ୍ଷକଙ୍କୁ ଛାଡ଼ିଦେଲେ କୌଣସି ଉର୍ଦ୍ଦୁ ଭାଷା ଜାଣିଥିବା ଷ୍ଟାଫ ନାହାଁନ୍ତି । (ଚ) ଶିକ୍ଷା ଦର୍ପଣ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଛି । ସେଥିରେ ଉର୍ଦ୍ଦୁ ଏମ୍.ଆଇ.ଏଲ୍ ନାହିଁ । (ଛ) ଶିକ୍ଷକ ନିଯୁକ୍ତିର ଯେଉଁ ବିଜ୍ଞାପନ ବାହାରିଛି, ଉର୍ଦ୍ଦୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଭାକାନ୍ସି ପାଇଁ ବିଜ୍ଞାପନ ବାହାରି ନାହିଁ । (ଜ) ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉର୍ଦ୍ଦୁ / ପାର୍ସିଆନ୍ ଛାତ୍ରଛାତ୍ରୀମାନଙ୍କୁ ଗତ ଏକବର୍ଷ ହେଲା ପୁସ୍ତକ ଦିଆଯାଇ ନାହିଁ । (ଝ) ପ୍ରଥମରୁ ଅଷ୍ଟମ ଶ୍ରେଣଈ ପର୍ଯ୍ୟନ୍ତ ଉର୍ଦ୍ଦୁ /ପାର୍ସିଆନ ଛାତ୍ରଛାତ୍ରୀମାନଙ୍କୁ କେବେ ବି ପ୍ରଶ୍ନପତ୍ର ଦିଆଯାଇ ନାହିଁ । ଯେହେତୁ ଉର୍ଦ୍ଦୁ ଭାଷାକୁ ଓଡ଼ିଶାର ମୁସଲମାନ ମାନେ ମାତୃଭାଷା ରୂପେ ବ୍ୟବହାର କରନ୍ତି, ତେଣୁ ଓଡ଼ିଶା ସରକାର ମୁସଲମାନମାନଙ୍କୁ ଆମ୍ଭେ ଶୁଣୁଛୁ ଉର୍ଦ୍ଦୁ ଭାଷାକୁ ସମାପ୍ତ କରିବା ଲାଗି ସରକାରୀ କଳ ଦ୍ୱାରା ଚକ୍ରାନ୍ତ ହେଉଛି । ଚାଳିଶ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାୟ କରି କଟକ ସିଡ଼ିଏଠାରେ ଏକ ଉର୍ଦ୍ଦୁ ୟୁନିଭରସିଟି ପ୍ରତିଷ୍ଠା କରାଯାଇଛି, ଯାହା ଉଦ୍ଘାଟନ ହୋଇସାରିଛି । ପ୍ରାଥମିକରୁ ଉର୍ଦ୍ଦୁ ମାଧ୍ୟମ ଛାତ୍ରଛାତ୍ରୀ ହାଇସ୍କୁଲ୍ କିମ୍ବା କଲେଜକୁ ଆସୁନାହାଁନ୍ତି । ଉର୍ଦ୍ଦୁ ୟୁନିଭରସିଟିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଡ଼ଭୋକେଟ ମହମ୍ମଦ ଇମାମୁଦ୍ଦିନ, ଆର.ପି.ଆଇ.ର ରାଜ୍ୟ ସଭାପତି ଶେଖ ଅବଦୁଲ ୱାଲି, ବସ୍ତିନେତା ପ୍ରତାପ ସାହୁ, ସି.ପି.ଏମ୍. ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟା ପୁଷ୍ପା ଦାଶ, ସିପିଆଇ(ଏମ୍-ଏଲ୍) ଲିବରେସନର ମହେନ୍ଦ୍ର ପରିଡ଼ା, ମୁଜିବୁର ରହେମାନ, ବରକତ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।


