ସଘନ ମିଶନ ଇନ୍ଦ୍ରଧନୁଷ୍ ଟୀକାକରଣ କାର୍ଯ୍ୟକ୍ରମନିମନ୍ତେ ସହରସ୍ତରୀୟ ଟ୍ୟାକ୍ସ ଫୋର୍ସକମିଟି ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱର ମହାନଗର ନିଗc ଅଂଚଳରେ ଏପ୍ରିଲ ୪ ତାରିଖରୁ୨ ୟ ପର୍ଯ୍ୟାୟ ସଘନ ମିଶନ୍ ଇନ୍ଦ୍ରଧନୁଷ୍୪-0(ଇଣ୍ଟେସିଫାଏଡ୍ ମିଶନ ଇନ୍ଦ୍ରଧନୁଷ) ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମ ଚଳିତ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୂନରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ସଂକ୍ରାମକରୋଗରୁ ସୁରକ୍ଷିତ ରଖିବାପାଇଁ ଉଦ୍ଦିଷ୍ଟ ଏହି ଟୀକାକରଣ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିସମ୍ପୂର୍ଣ୍ଣ ଟୀକାକରଣ ପାଇଁ ଗତକାଲି ଅନୁଷ୍ଠିତସହରସ୍ତରୀୟ ଟ୍ୟାକ୍ସ ଫୋର୍ସ କମିଟିବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ସଂଜୟ କୁମାର ସିଂ ଗୁରୁତ୍ୱ ଦେଇଛନ୍ତି । କରୋନା ମହାମାରୀ ବା କୌଣସି କାରଣ ବଶତଃ 2 ବର୍ଷରୁ କମ ବୟସର ଶିଶୁ ଏବଂ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବଂଚିତ ହୋଇଥିଲେ ସେମାନେ ଏହି ସଘନ ମିଶନ୍ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଜରିଆରେ ଟୀକା ନେଇପାରିବେ । ସଘନମିଶନ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ରେ ଆରମ୍ଭ ହୋଇ ମାର୍ଚ୍ଚ ୭ ରୁ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।୨ ୟ ପର୍ଯ୍ୟାୟକରେ ଏହା ଏପ୍ରିଲ ୪ ରୁ ଆରମ୍ଭ ହୋଇ ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିବ ଓ ୩ ୟ ପର୍ଯ୍ୟାୟ ମଇ ମାସ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତି ପର୍ଯ୍ୟାୟରେ ଶିଶୁ ଓ ଗର୍ଭବତୀ ମହିଳାମାନେ ଟୀକା ନେବେ ।ନିୟମିତ ଟୀକାକରଣ ଦିବସ, ରବିବାର ଏବଂ ସରକାରୀ ଛୁଟିଦିନ ଥିଲେ ମଧ୍ୟ ୭ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ ।ଏହି କାର୍ଯ୍ୟକ୍ରମରେ ଯେପରିକୌଣସି ପ୍ରକାର ଅବହେଳାନ ହୁଏ, ସେଥି ପ୍ରତି ତଦାରଖ ବ୍ୟବସ୍ଥାକୁ ସୁଦୃଢକରିବା, ଟୀକାକରଣ କମ୍ ରହିଥିବା ଅଂଚଳରେ କାରଣ ଅନୁଧ୍ୟାନ କରିବା, ଟୀକାକରଣ ପାଇଁ ଚିହ୍ନଟ ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଶତ ପ୍ରତିଶତ ଟୀକାକରଣ ପାଇଁ ସଚେତନତା ବାର୍ତ୍ତା ସଂପର୍କରେ ଆଲୋଚନା କରାଯାଇଥିଲା । ମହାନଗର ନିଗମ ଅନ୍ତର୍ଗତ ସମସ୍ତ ଅଂଚଳ ବିଶେଷ କରି ବସ୍ତି ଏବଂ ଅସ୍ଥାୟୀ ଭାବେ ଅଳ୍ପ ଦିନ ରହି ଯାତାୟତ କରୁଥିବା ଅଂଚଳକୁ ଠିକ୍ ଭାବେ ଅନୁଧ୍ୟାନ କରି ସେହିସବୁ ଅଂଚଳରେ ଟୀକାକରଣରୁ ବଂଚିତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଚି ଦେଇ ଟୀକାକରଣ କରିବାକୁ କମିଶନର ଶ୍ରୀ ସିଂ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି, ସଘନ ମିଶନ୍ ଇନ୍ଦ୍ରଧନୁଷ ୪-୦ କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ବିଭିନ୍ନ ମାନଦଣ୍ଡକୁ ନେଇ କଟକ , ଗଂଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଂଜ, ସମ୍ବଲପୁର ଓ ସୁନ୍ଦରଗଡ ଆଦି ରାଜ୍ୟର ୧୨ ଟି ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ସମେତ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଏମସିର ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ ଜିଲ୍ଲା ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଏଡିପିଏଚ୍ଓ ( ପରିବାର କଲ୍ୟାଣ) ଡା. ରଘୁନାଥ ନାୟକ, ସହର ସ୍ୱାସ୍ଥ୍ୟ ଅଧିକାରୀ ଡା. ବସନ୍ତ କୁମାର ମିଶ୍ର, ବି.ଏମ.ସି ଡେପୁଟୀ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ବିଏମସିର ସମସ୍ତ ଜୋନସ୍ତରୀୟ ଡେପୁଟୀ କମିଶନର, ଭୁବନେଶ୍ୱର ବ୍କକ ଶିକ୍ଷାଧିକାରୀ, ବିଏମସି ଅନ୍ତର୍ଗତ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସହର କାର୍ଯ୍ୟକ୍ରମ ପରିଚାଳିକା ( ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ) ଶ୍ରୀମତୀ ନେହା ରାଜପୁତ, ଏପିଏମ-ୟୁଏଚ୍ ଶ୍ରୀ ମନୋରଂଜନ ମହାପାତ୍ର, ଏସ୍.ଏମ.ଓ( ଡବ୍ଲୁ.ଏଚ୍.ଓ) ଡା. ସୁନିଲ କୁମାର ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


