ଜମି ବିବାଦକୁ କେନ୍ଦ୍ର କରି ଆକ୍ରମଣ

ଜମନକିରା, (ଲିପନ ନାଏକ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି କଦଳୀପାଲ ଜମି ବିବାଦୀୟ ଘଟଣା କୁ କେନ୍ଦ୍ର କରି ୨୧ ତାରିଖ ଦୁଇ ଜଣକ ମଧ୍ୟରେ ମାରାତ୍ମକ ଆକ୍ରମଣ ହୋଇଥିବା ବେଳେ ଆଜି ଜମନକିରା ପୋଲିସ ଜଣକୁ କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣକୁ ଚିକତ୍ସା ପାରେ ଆଇନଗତ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ଥାନା ଅଧିକାରୀ ରଞ୍ଜନ ନାଗ ସୂଚନା ଦେଇଛନ୍ତି। ସୂଚନା ଅନୁଯାଇ ଗୌଡ଼ପାଲି ଫାଣ୍ଡି ନିକଟସ୍ତ କଦଳୀପାଲ ଗ୍ରାମରେ ଗୁରୁବାର ୧୧. ୩୦ ଟା ସମୟରେ ଗ୍ରାମର ବିକାଶ କୁମାର ନାୟକ ଏବଂ ଗୋବର୍ଦ୍ଧନ ଭୋଇଙ୍କ ମଧ୍ୟରେ ଏକ ଜମି ବିବାଦ ସୃଷ୍ଟି ହୋଇଥିଲା। ଏହି ସ୍ଥାନରେ ହଟାତ ଉତ୍ତେଜନା ପ୍ରକାଶ ପାଇବାରୁ ବିକାଶ କୁମାର ନାୟକ ଗୋବର୍ଦ୍ଧନ ଭୋଇ ଙ୍କୁ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରୁଥିଲେ, ସେହିଭଳି ଗୋବର୍ଦ୍ଧନ ଭୋଇ ମଧ୍ୟ ଟାଙ୍ଗିଆ ମାଧ୍ୟମରେ ବିକାଶ କୁମାର ନୟକୁଙ୍କୁ ଆକ୍ରମଣ କରିଥିଲେ। ଉଭୟ ଆହତ ହୋଇଥିବା ବେଳେ ଏହି ଘଟଣା କୁ ଭିତ୍ତି କରି ଦୁଇଟି ମାମଲା ଯଥା ଜମନକିରା ପି ଏସ କେସ ନମ୍ବର ୧୦୧/୨୦୨୬ ଏବଂ ୧୦୨/୨୦୨୬ ରେ ପରସ୍ପର ବିରୁଦ୍ଧରେ ମାମଲା ରଜୁ ହୋଇଛି, ବିକାଶ କୁମାର ନାୟକଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି, ଗୋବର୍ଦ୍ଧନ ଭୋଇ ଚିକିସ୍ୱିତ ରହିଥିବା ବେଳେ ଡାକ୍ତରଖାନା ରୁ ଡିସ୍ଚାର୍ଜ ହେଵା ପରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ