କାଳ ବୈଶାଖୀର ତାଣ୍ଡବ: ଗଛ ପଡି ରାସ୍ତା ଅବରୋଧ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କେରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମହକୁମାରେ ଅଧ ଘଣ୍ଟାର କାଳ ବୈଶାଖୀର ତାଣ୍ଡବ ରେ ଛିନ୍ ଛତର ହୋଇଛି ଘର ଓ ହୋଟେଲ ।ରାସ୍ତା ର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ କୋରାପୁଟ କୁ ରାୟଗଡା ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ କିଛି ସମୟ ପାଇଁ ଅବରୋଧ ହୋଇଥିଲା। ପ୍ରବଳ ପବନ ଓ ବର୍ଷା ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ବିଦ୍ୟୁତ ସର ବରାହ ବନ୍ଦ ରହିଛି। ଖବର ପାଇ ଲକ୍ଷ୍ମୀପୁର ଅଗ୍ନିଶମ ବିଭାଗ ଓ ପୋଲିସ ପହଂଚି ରାସ୍ତାରୁ ଗଛ କାଟି ମୁଖ୍ୟ ରାସ୍ତାରୁ ଅବରୋଧ ହଟାଇଥିଲେ।ସେହିପରି ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ ତାର ଗୁଡିକ ସଜାଡିବା ଆରମ୍ଭ କରିଥିବା ବେଳେ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ପଡ଼ିଥିବା ଗଛ ଗୁଡିକ କୁ ଅଗ୍ନିଶମ ବିଭାଗ କର୍ମଚାରୀ କାଢ଼ିବା ନିମନ୍ତେ ଲାଗି ପଡିଛନ୍ତି। ବ୍ଲକର ଗ୍ରାମାଞ୍ଚଳ ମାନଙ୍କ ରେ ମଧ୍ୟ ଅନେକ ଲୋକଙ୍କର ଘରର ଆଜବେଷ୍ଟ ଉଡି ଯାଇଥିବା ବେଳେ ଘର ଭିତରେ ବର୍ଷା ପାଣି ପଶି ଜିନିଷ ପତ୍ର ନଷ୍ଟ ହୋଇଥିବା ଜଣା ପଡିଛି। ବ୍ଲକ ସଦର ମହାକୁମାର ଶ୍ରୀନୁ ଢ଼ାବାର ସମ୍ପୂର୍ଣ ଟିଣ ଉଡାଇ ନେଇଁ ଅନ୍ୟ ଏକ ସ୍ଥାନରେ ପକାଇ ଦେଇଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ସମ୍ପୂର୍ଣ କ୍ଷୟ କ୍ଷତି ରିପୋର୍ଟ ଏ ପର୍ଯ୍ୟନ୍ତ ପହଂଚି ନଥିବା ତହସିଲ ବିଭାଗ ତରଫରୁ ସୂଚନା ଦିଆଯାଇଛି।ବ୍ଲକ ର ପରଡ଼ି ଗୁଡା ସିଙ୍ଗା ରାମ, କୁମ୍ଭାରଗୁଡା, ସୁତିଗୁଡା ଭଳି ଅନେକ ଅଂଚରେ ଲୋକେ କ୍ଷତି ସହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ