ପୁଲିସ ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ପୁଲିସ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାଗିରଥୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଦ୍ୱାରା ଆୟୋଜିତ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମରେ ହସ୍ପିଟାଲର ପରିଚାଳନା କର୍ତ୍ତୃପକ୍ଷ ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ଜିତେନ୍ଦ୍ର ପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ୱଚ୍ଛଭାରତ ଅଭିଯାନ, ସ୍ୱଚ୍ଛା ହିଁ ସେବା, ହାତ ଧୋଇବାର ୬ଟି ପ୍ରଣାଳୀ ଛାତ୍ରମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ । କୁଇଜ୍ରେ ଭାଗ ନେଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।