ବଞ୍ଚୋରେ ରାମନବମୀ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ବଞ୍ଚୋ ଗ୍ରାମରେ ରାମନବମୀ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଆଜି ସକାଳୁ ପବିତ୍ର ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ପ୍ରଭୁଙ୍କ ନିକଟରେ ଷୋଡଷ ଉପଚାର ପୁଜା କରାଯିବା ସହିତ ରାମାଭିଷେକ କରାଯାଇଛି । ଦୁଇଦିନ ଧରି ଏହି ପୂଜାତ୍ସୋବରେ ବିଜୟ ରାଉତ, ଦମୟନ୍ତୀ ରାଉତ, ରତିକାନ୍ତ ରାଉତ, କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ଅଚ୍ୟୁତାନନ୍ଦ ବରାଳ, ସାମ୍ବରୀପଦ୍ମା ନାୟକ, ବିମଳ ନାୟକ ପ୍ରମୁଖ ପୂଜା କାର୍ଯ୍ୟରେ ସାମିଲ ହୋଇଥିବାବେଳେ ପଣ୍ଡିତ ପ୍ରହଲାଦ ପାଢ଼ୀ, ଆନନ୍ଦ ଦାଶ, ମଧୁସୁଦନ ଦାଶ ପ୍ରମୁଖ ସମସ୍ତ ରିତୀନୀତି ମତେ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିବା ସହିତ ଆସନ୍ତା କାଲି ମା ବରାହୀଙ୍କ ନିକଟରେ ଦଶମୀ ପୂଜା କରାଯାଇ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ସନାତନ ଓଝା, କିର୍ତିନ ବିହାରୀ ନାୟକ, ଚିନ୍ତାମଣୀ ରାଉତ, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ସୁଧାଶୁଂ ରାଉତ, ରତ୍ନାକର ଓଝା, ଅନନ୍ତ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବାବେଳେ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଏଥିପାଇଁ ଆଜି ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ