କୋଣାର୍କ ରେ ହସ୍ତଶିଳ୍ପ ମେଳା ଉଦଯାପିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ବିକାଶ ଆୟୁକ୍ତ ହସ୍ତଶିଳ୍ପ ବସ୍ତ୍ର ମନ୍ତ୍ରଣାଳୟ ଭରତ ସରକାରଙ୍କ ପ୍ରୋଶ୍ଚାହନରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ ଦୀର୍ଘ ୧୦ ଦିନ ଧରି ଚାଲିଥିବା ହସ୍ତଶିଳ୍ପ ମେଳା ଆଜି ଉଦଯାପିତ ହୋଇଯାଇଛି। ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହସ୍ତ ଶିଳ୍ପ କାରିଗର ମାନେ ଆସି ଏଥିରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ହସ୍ତ ଶିଳ୍ପ ବିକାଶ ଆୟୁକ୍ତ ଭାରତ ସରକାରଙ୍କ ଅଧିନସ୍ଥ ସ୍ଥାନୀୟ ହସ୍ତଶିଳ୍ପ ବିସ୍ତାର କେନ୍ଦ୍ରର ବରିଷ୍ଠ ସହାୟକ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ଅଶୋକ କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବିଭିନ୍ନ ଷ୍ଟଲ୍ ଗୁଡ଼ିକ ପରିଦର୍ଶନ କରିଥିଲେ । ଏହି କାରିଗର ମାନଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହିତ ପଦର୍ଶନି ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କରିଥିଲେ । ଶେଷରେ ଆୟୋଜକ ମାନଙ୍କ ସହିତ ଆଲୋଚନା କରି ଭବିଷ୍ୟତରେ କୋଣାର୍କ ଠାରେ କିପରି ପୁନର୍ବାର ଏହି ମେଳାର ଆୟୋଜନ କରାଯାଇପାରିବ ସେ ବିଷୟରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କ ସହିତ ମତ ବିନିମୟ କରିଥିଲେ। ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଏହି ମେଳାକୁ ସଫଳ ରୂପେ ପରିଚାଳନା କରିଥିବାରୁ ଅଂଶଗ୍ରଣକାରୀ କାରିଗର ଓ ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏବଂ ଶେଷରେ ଆୟୋଜକ ସଂସ୍ଥା ସନ୍ ଲାଇନ୍ ତରଫରୁ ଶ୍ରୀ ଅଶୋକ କୁମାର ସ୍ୱାଇଁ ସମସ୍ତ ଅଂଶ ଗ୍ରହଣ କାରୀଗର ଓ ଅଫିସର ମନଙ୍କୁ ଧନ୍ୟବାଦ ଅର୍ପଣ କରି ପଦର୍ଷନୀଟି ଉଦଯାପିତ ହେଲା ବୋଲି ଘୋଷଣା କରିଥିଲେ ।


