ଋଷିକୂଲ୍ୟା ମୁଖ୍ୟ କେନାଲ ରାସ୍ତାର ପୁନଃଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଦାବୀ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ବଣବୁଲାପଲ୍ଲୀ ଗ୍ରାମ ଛକ ଠାରୁ କରାପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ଋଷିକୂଲ୍ୟା ମୁଖ୍ୟ କେନାଲ ରାସ୍ତାର ପୁନଃଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଚମାଖଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ସିଏଚ୍ . ମନୋଜ ରେଡ୍ଡୀ ଦାବୀ କରିଛନ୍ତି । ଉକ୍ତ ରାସ୍ତାଟି ଦୀର୍ଘ ଦିନ ହେଲା ସଂପୂର୍ଣ୍ଣ ଭାବେ ଜରାଜୀର୍ଣ୍ଣ ଅବସ୍ଥା ପଡିରହିଛି । ଏହି ରାସ୍ତା ଉପରେ ଆଖପାଖ ଅଂଚଳର ପାଞ୍ଚଟି ଗ୍ରାମ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଛନ୍ତି । ଏଣୁ ଏହି ରାସ୍ତା ର ତୁରନ୍ତ ପୁନଃଉଦ୍ଧାର କରିବା ନିମନ୍ତେ ସେ ଜଳ ସେଚନ ବିଭାଗର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ