ବିଦ୍ୟାଳୟ ର ଟଙ୍କା ଖାଇଗଲେ : କୋର୍ଟ ଶୁଣାଇଲେ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୩୦ ହଜାର ଟଙ୍କା ଜୋରିମାନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ସ୍କୁଲ୍‌ର ବିକାଶ ପାଇଁ ଟଙ୍କା ଆସିଲା, ହେଲେ ମାଷ୍ଟ୍ରେ ଓ ସ୍କୁଲ୍ ପରିଚଳନା କମିଟି ଅଧ୍ୟକ୍ଷ ସବୁ ଚଳୁ କରିଦେଲେ। ଏବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଉଭୟଙ୍କୁ ମିଳିଛି ସଜା l ଘଟଣା ରୁ ପ୍ରକାଶ ଯେ, ତୁମୁଡ଼ିବନ୍ଧ ବ୍ଳକ ଧୁଡୁସି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବଡ଼ସେଠ ଓ ସ୍କୁଲ୍ ପରିଚାଳନା କମିଟି ଅଧ୍ୟକ୍ଷ ମହେନ୍ଦ୍ର ବାରିକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭିଜିଲାନ୍ସ କୋର୍ଟ ଶୁଣାଇଛନ୍ତି। କେବଳ ସେତିକି ନୁହେଁ, ୩୦ ହଜାର ଟଙ୍କାର ଅର୍ଥ ଦଣ୍ଡ ବି ମିଳିଛି। ସମୟ ଅନୁସାରେ ଜୋରିମାନା ନଦେଇପାରିଲେ ଅଧିକ ଚାରିମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ୨୦୦୮-୯ ମସିହାରେ ଧୁଡ଼ୁସି ୟୁପି ସ୍କୁଲ୍‌କୁ ଡିପିଇପି ପକ୍ଷରୁ ସ୍କୁଲର ବିକାଶ ପାଇଁ ୫ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅନୁଦାନ ଆସିଥିଲା। ଏଥିରେ ଅତିରିକ୍ତ ଶ୍ରେଣୀ ଗୃହ, ବାରଣ୍ଡା ଆଦି ନିର୍ମାଣ କରାଯିବାର ଥିଲା। ହେଲେ ପିଲାମାନଙ୍କୁ ନୀତି ନୈତିକତାର ପାଠ ପଢ଼ାଉଥିବା ପ୍ରଧାନ ଶିକ୍ଷକ ଏବଂ  ପରିଚାଳନା କମିଟି ଅଧ୍ୟକ୍ଷଙ୍କ ସହିତ ମିଶି ଟଙ୍କା ଚଳୁ କରିଦେଲେ। ହେଲେ କୌଣସି କାମ ନ କରି ତତ୍କାଳୀନ ପ୍ରଧାନଶିକ୍ଷକ ବଡ଼ ସେଠ ଓ ସ୍କୁଲ ପରିଚାଳନା କମିଟି ସଭାପତି ବାରିକ ମିଶିସମସ୍ତ ଅର୍ଥ ଚଳୁ କରିଦେଇଥିଲେ l ଏ ନେଇ ଅଭିଯୋଗ ହେବା ପରେ ଗତ ୨୦୧୩ ମସିହାରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଥିଲା। ଶେଷରେ  ଏହି ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ କୋର୍ଟର ବିଚାର ପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ