ସହଜ ବାସ୍ତୁ ଉପାୟ, ଘରକୁ ମିଳିବ ସୁଖଶାନ୍ତି
ବହୁ ସମୟରେ ଏଭଳି ଦେଖାଯାଏ ଯେ, ଘରର ଶାନ୍ତି ଦୂର ହେବା ସହ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଯାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ । ପରିବାର ସମସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାରମ୍ବାର ଖରାପ ହୋଇଥାଏ । ବାସ୍ତୁଜନିତ କେତେକ କାରଣରୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ରରେ ଏଭଳି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ପାଳନ କରିବା ଦ୍ୱାରା ଆମ ଜୀବନରେ ଥିବା ବହୁ ବାଧାବିଘ୍ନ ଦୂର ହୋଇଥାଏ । ଜାଣନ୍ତୁ ଜାଣିବା ଏ ସମ୍ପର୍କରେ କେତୋଟି କଥା ।
ରୋଷେଇ ଘରେ ରଖନ୍ତୁ ନାହିଁ ଔଷଧ : ବେଳେବେଳେ ଏପରି ହୋଇଥାଏ, ଆମେ ତରବରିଆ ଭାବେ ଔଷଧ ଖାଇବା ପାଇଁ ଜଳ ଆଣିବା ନିମନ୍ତେ ରୋଷେଇ ଘରକୁ ଯାଉ । ସେଠାରେ ଔଷଧ ଖାଇ ପାଣି ପିଇବା ପରେ ଅଜାଣତରେ ଔଷଧ ମଧ୍ୟ ସେଠାରେ ହିଁ ରଖିଦେଉ । ଏପରି କରିବା ଦ୍ୱାରା ପରିବାର ଲୋକେ ସର୍ବଦା ରୋଗଗ୍ରସ୍ତ ହୋଇଥାଆନ୍ତି । ଟଙ୍କାପଇସା ଅଯଥାରେ ଖର୍ଚ୍ଚ ହୋଇଥାଏ ।
ଦକ୍ଷିଣ ଦିଗରେ ମୂର୍ତ୍ତି ରଖନ୍ତୁ ନାହିଁ : ଭଗବାନଙ୍କର ହେଉ ଅଥବା ସାଜସଜ୍ଜା ପାଇଁ ହେଉ ଗୃହର ଦକ୍ଷିଣ ଦିଗରେ କୌଣସି ମୂର୍ତ୍ତି ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆୟ କମ୍ ହେବା ସହ ଖର୍ଚ୍ଚ କମ ହୋଇଥାଏ ।
ଘରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ : ଘରର କୌଣସି ପ୍ରକାରର କଣ୍ଟାଯୁକ୍ତ ବୃକ୍ଷ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ ।
ଦାମୀ ଜିନିଷ ନିକଟରେ ଝାଡ଼ୁ ରଖନ୍ତୁ ନାହିଁ : ଯେଉଁ କକ୍ଷ (ରୁମ୍ )ରେ ଦାମୀ ଜିନିଷ ରହିଛି, ସେଠାରେ ଝାଡ଼ୁ ଆଦୌ ରଖନ୍ତୁ ନାହିଁୟ । ଝାଡ଼ୁ ସର୍ବଦା ଘରର ଏକ କୋଣରେ ରଖନ୍ତୁ ।


