ଚୁଡଙ୍ଗପୁର ପଞ୍ଚାୟତରେ ଚାଇଲ୍ଡଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ
ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ବ୍ଲକ ଡୁଡଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ଚାଇଲ୍ଡ ଲାଇନ ପକ୍ଷରୁ ଚାଇଲ୍ଡ ଲାଇନ ସେ ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅଞ୍ଚଳର ଜନସାଧାରଣଙ୍କୁ ଭାଷଣ ମାଧ୍ୟମରେ ବରିଷ୍ଠ ଆଇନଜୀବି ଦର୍ଯ୍ୟୋଧନ କରତା ଛୋଟଛୋଟ ଛୁଆଙ୍କୁ କାମରେ ନ ଲଗାଇ ପାଠ ପଢାଇବା , ଅନ୍ଧ ବିଶ୍ୱାସରେ ବୁଡି ରହୁଥିବା ଲୋକମାନେ ଛୋଟଛୋଟ ଛୁଆମାନଙ୍କୁ ଚେଙ୍ଗ ଦେବା , ନାବାଳିକାମାନଙ୍କୁ ବାହାର ଦେଶକୁ ଚାଲାଣ କରିବା ତଥା ନାବାଳିକା ବିବାହ ରୋକିବା ପାଇଁ ମନ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚୁଡଙ୍ଗପୁର ସରପଞ୍ଚ ସବିତା ଗମାଙ୍ଗ , ସମିତି ସଭ୍ୟ ଓ ୧୨ଟି ଜୋନର ୱାର୍ଡ ମେମ୍ବର , ଚାଇଲ୍ଡ ଲାଇନର ଅଞ୍ଚଳ ନାୟକ ଅନୀତା କୁମାରୀ ନାୟକ , ଟିଟି ମଳିକ , ଉଦୟ ମଳିକ ଓ ଚାଇଲ୍ଡ ଲାଇନ ଷ୍ଟାଫ ଉପସ୍ଥିତ ରହି ଛୋଟଛୋଟ ପିଲାମାନଙ୍କ ହାତରେ ଚାଇଲ୍ଡ ଲାଇନ ଫିତା ବାନ୍ଧିଥିଲେ ।


