ଔଷଧ ଖାଇବା ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟପାନୀୟ

ଆମେ ସାଧାରଣତଃ କିଛି ଅସୁସ୍ଥତାକୁ ଭଲ କରିବା ପାଇଁ ଔଷଧ ଖାଇଥାଉ । ତେବେ ଏହି ଔଷଧ ଖାଇବା ସମୟରେ ଏପରି କିଛି ଖାଦ୍ୟ ରହିଛି ଯାହା ଖାଇବା ଅନୁଚିତ । ସ୍ୱାସ୍ଥ୍ୟ ଭଲ ହେବାକୁ ଔଷଧ ଖାଉଥିବା ବେଳେ ଏହା ସହ କିଛି ଅନ୍ୟ ଖାଦ୍ୟପଦାର୍ଥ ଖାଇବା ଦ୍ୱାରା ଓଲଟା ପ୍ରଭାବ ପଡ଼ି ଦେହ ଅଧିକ ଖରାପ ହୋଇଥାଏ ।
ଚା ଓ କଫି: କିଛି ଔଷଧ ଏପରି ଥାଏ ଯାହା ଗରମ ଖାଦ୍ୟ ପଦାର୍ଥ କିମ୍ବା ଚା କଫି ସହ ଖାଇବା ଦ୍ୱାରା ଅଧିକ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଫଳରେ ଔଷଧର ଠିକ ପ୍ରଭାବ ଶରୀରକୁ ପହଞ୍ôଚ ନଥାଏ । ତେଣୁ କିଛି ଗରମ ଖାଦ୍ୟ ବା ପାନୀୟ ସହ ଔଷଧ ଖାଇବା କଥା ନୁହେଁ ।
ଖଟା ଫଳ: କିଛି ଖଟା ଫଳ ଖାଇବା ପରେ ଔଷଧ କିମ୍ବା ଔଷଧ ଖାଇବା ପରେ ଖଟା ଫଳ ଖାଇବା ଦ୍ୱାରା ଶରୀରକୁ ଖରାପ ପ୍ରଭାବ ପଡ଼ିଥାଏ । ଖଟା ଖାଦ୍ୟ ବା ଫଳ ଯେପରିକି ଆଚାର, କମଳା , ତେନ୍ତୁଳି ଆଦି ଖାଇବା ସହ ଔଷଧ ଖାଇବା ଦ୍ୱାରା ଔଷଧର ଭଲ ପ୍ରଭାବ ଶରୀର ଉପରେ ପଡ଼ି ନଥାଏ । ଫଳରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହୋଇ ଅଧିକ ଖରାପ ହୋଇଥାଏ ।
କଦଳୀ, ପତ୍ରକୋବି : କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି । ଯାହା ଶରୀର ପାଇଁ ବହୁତ ଲାଭଦାୟକ । କିନ୍ତୁ ଯଦି ଆପଣ ବ୍ଲଡ଼ପ୍ରେସରର ଔଷଧ ଯେପରି କେପ୍ଟୋପ୍ରିଲ, ଏଞ୍ଜିିୟଟେନସିନ ଭଳ ଔଷଧ ଖାଉଛନ୍ତି ତେବେ ତେବେ ପୋଟାସିୟମ ଅଧିକ ଥିବା ଖାଦ୍ୟ ପତ୍ରକୋବି, କଦଳୀ, କମଳା ଆଦି ନଖାଇବା ଉଚିତ୍ ।
ସୋଡ଼ା କିମ୍ବା ଆଲକହଲ: ଭୁଲରେ ମଧ୍ୟ ସୋଡ଼ା କିମ୍ବା ଆଲକହଲ ସହ ଔଷଧ ଖାଆନ୍ତୁ ନାହିଁ । ସେଥିରେ ଥିବା ବିଭିନ୍ନ ପ୍ରକାର କେମିକାଲ୍ସ ସହ ଔଷଧ ରିଏକ୍ସନ ହୋଇ ଶରୀର ପାଇଁ କ୍ଷତି କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ