ପାରମ୍ପରିକ ପାଟୁଆ ନାଚରେ ପ୍ରକମ୍ପିତ ହେଲା ମା’ ଗଡଚଣ୍ଡୀଙ୍କ ପୀଠ

ବନ୍ତ, (ଚାନ୍ଦିନୀ ମହାନ୍ତି) : ପାରମ୍ପରିକ ପାଟୁଆ ନାଚରେ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠସ୍ଥଳୀ ପ୍ରକମ୍ପିତ ହୋଇଉଠିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତୀରେ ମା’ଙ୍କ ପୀଠରେ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମା’ଙ୍କ ପୀଠରେ ପୂଜାର୍ଚ୍ଚନା ହୋଇଥିଲା । ସନ୍ଧ୍ୟା ସମୟରେ ମା’ଙ୍କ ମଣ୍ଡପ ସମ୍ମୁଖରେ ପାଟୁଆ ନାଚ ଅନୁଷ୍ଠିତ ହୋଇଥିଲା । ପଧାନପଡା ପଞ୍ଚାୟତ ମାଳତୀରା ଗ୍ରାମର ପାଟୁଆ ଦଳ ନିଜର ମାନସିକ ପୂରଣ ପାଇଁ ଏହି ପାଟୁଆ ନାଚ ପ୍ରଦର୍ଶନ କରିଥିଲେ । ଏହି ନାଚ ଦେଖିବା ପାଇଁ ଟିଲୋ ସମେତ ଆଖପାଖ ଅଞ୍ଚଳରୁ ଶତାଧିକ ଦର୍ଶକ ଉପସ୍ଥିତ ହୋଇଥିଲେ । ଚଳିତ ବର୍ଷ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କମିଟି ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତେଜୋମୟ ସାମଲ, ପ୍ରଶାନ୍ତ ରାଉତ, ଦୀପଙ୍କର ସ୍ୱାଇଁ, ପ୍ରିୟଙ୍କର ସ୍ୱାଇଁ, ଗଙ୍ଗାଧର ରାଜ, ସୁଶାନ୍ତ ଶେଖର ସ୍ୱାଇଁ, କୁନା ରାଜ, ବାଦଲ ସା, ସ୍ମୃତି ରଂଜନ ସେଠୀ, ମଳୟ କୁଆର, କାଳନ୍ଦି ବାରିକ, ପ୍ରମୋଦ ସ୍ୱାଇଁ, ଦୁଃଖନ ବିଶ୍ୱାଳ, ଖଗେଶ୍ୱର ସେଠୀ, ତରୁଣ ଆଲୋକ ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ