ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ପୁଣି ଆରମ୍ଭ ହେବ : ଜିଲ୍ଲାପାଳ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମଜିଲ୍ଲାରେ ପୁଣି ଆରମ୍ଭହେବ ସାଧାରଣଲୋକଙ୍କ ଅଭିଯୋଗ ଶୁଣାଣି। ଏହା ଗଞ୍ଜାମଜିଲ୍ଲପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଅଛନ୍ତି। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଚାଲିଥିବା ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ଏହି ଅଭିଯୋଗ ଗୁଡ଼ିକ ଚଳିତ ଅପ୍ରେଲମାସ ୧୮ ତାରିଖ ଠାରୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନସଂସ୍ଥା, ଗଞ୍ଜାମ , ଛତ୍ରପୁରଠାରେ ଜଉଗଡ ସମ୍ମିଳନୀକକ୍ଷରେ ସକାଳ ୧୦ ଟାଠାରୁ ୧୧ ଘଟିକାପର୍ଯ୍ୟନ୍ତ ଦିବ୍ୟାଙ୍ଗମାନଙ୍କ ଜନ ସମାଧାନ ଶୁଣାଣି ହେବଏବଂ ୧୧ ଘଟିକା ଠାରୁ ସର୍ବସାଧାରଣ ମାନଙ୍କ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ।ଏଣୁ ଜନ ସାଧାରଣମାନକୁ ଅନୁରୋଧ ସେ ମାନେ ଉପରେ ଦର୍ଶିତ ଧାର୍ଯ୍ୟ ସମୟରେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଜିଲ୍ଲାପ୍ରଶାସନକୁ ଜଣାଇ ପାରିବେ।