ବେଙ୍ଗଲୀ ଆସୋଏସିଏସନର ନୂଆବର୍ଷ ସାଂସ୍କୃତିକ ସନ୍ଧ୍ୟା ‘ପହିଲା ବୈଶାଖ’

ବାଲେଶ୍ୱର, (ସରୋଜ ପଣ୍ଡା) :-ବଙ୍ଗାଳୀ ନବବର୍ଷ ଅବସରରେ ବାଲେଶ୍ୱରର ‘ବେଙ୍ଗଲୀ ଆସୋସିଏସନ’ ପକ୍ଷରୁ ସାଂସ୍କୃତିକ ସନ୍ଧ୍ୟା ‘ପହିଲା ବୈଶାଖ’ ସ୍ଥାନୀୟ ଆତିଥ୍ୟ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଡ. ପ୍ରଦୀପ ଭୌମିକଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବର୍ଷିୟାନ ସଦସ୍ୟ ସମାଜସେବୀ ତୁଷାରକାନ୍ତି ଚାଟାର୍ଜୀ, ଅମଲ କୁମାର ସେନ ଓ ରେଣୁକା ସରକାର ମିଳିତ ଭାବେ ଉଦଘାଟନ କରିଥିଲେ । ସମ୍ପାଦକ ଡାକ୍ତର ପିୟୁଷ କୁମାର ଘୋଷ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଘୋଷ ବାଲେଶ୍ୱର ସହରରେ ବସବାସ କରୁଥିବା ବଙ୍ଗାଳୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ ନେଇ ଗଠିତ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ଆଲେଶକପାତ କରିଥିଲେ । ଏହି ଅବସରରେ କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ରଚିତ ‘ଏସୋ ହେ ବୈଶାଖ’ ଗୀତକୁ କଣ୍ଠଶିଳ୍ପୀମାନେ ସମବେତ ଭାବେ ଗାନ କରିଥିଲେ । ପରେ ବେଙ୍ଗଲୀ ଆସୋସିଏସନର ସଦସ୍ୟମାନେ ବଙ୍ଗଳା ଗୀତ, ନୃତ୍ୟ ଓ ଆବୃତି ପ୍ରଭୃତି ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନର ସାଂଗଠନିକ ସମ୍ପାଦକ ଦେବାଶିଷ ଚାଟାର୍ଜୀ, ସାଂସ୍କୃତିକ ସମ୍ପାଦକ ସୁଲଳିତ କର ଓ ବିଦ୍ୟେନ୍ଦୁ ଦେ ପରିଚାଳନା କରିଥିଲେ । ଗୁରୁ ବ୍ରଜେଶ କୁମାର ପଣ୍ଡା, ରିନୀ ଭୌମିକ, ଗୁରୁ ନନ୍ଦ କିଶୋର ଦାସ, ଫାଲଗୁନୀ ବଡୁଆ, ଡାକ୍ତର ତାପସ କୁମାର ବର୍ଦ୍ଧନ, ସଂଘମିତ୍ରା ଦେ, ମଉ ଚକ୍ରବର୍ତୀ, ମୌମିତା କର, ରାରା କର, ଆଦ୍ରା କର, ପ୍ରବାଳ ସିହ୍ନା, ଅରିଜିତ ଘୋଷାଲ, ବନ୍ଦନା କର, ଅକ୍ଷୟ କୁମାର ସିହ୍ନା, ନବଜିତ ଶାହା, ବିଶ୍ୱିଜିତ ଘୋଷ, ପାର୍ଥପ୍ରତୀମ କର, ଚୈତାଲୀ ବାନାର୍ଜୀ, ଅମନ ଘୋଷ, ତମନ୍ନା ଚକ୍ରବର୍ତୀ, ଅପର୍ଣ୍ଣା ରାୟ, ଅଙ୍କିତା ବାନାର୍ଜୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅର୍ଚ୍ଚନା ନନ୍ଦୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ