ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ କୁ ସେବା ଦିବସ ଭାବେ ପାଳିଲା ବିଜେଡି

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ଶ୍ରୀଯୁକ୍ତ ବିଜୟାନନ୍ଦନ ପଟ୍ଟନାୟକ ଙ୍କ ୨୫ ତମ ତିରୋଧାନ ଦିବସ କୁ ସେବା ଦିବସ ଭାବେ ପାଳନ କରାଯାଇଛି । ପ୍ରଥମେ ଆଜି ପ୍ରତ୍ୟୁଷ୍ୟ ରେ ନିକଟସ୍ଥ ଦେଓ ନଦୀ କୂଳରେ ପୁରୋହିତ ଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ତିଳ ତର୍ପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି, ବିଦେଶୀ ରାଜ,ବିବେକାନନ୍ଦ ଦାସ ସ୍ବର୍ଗତ ବିଜୁ ବାବୁଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି ପାଇଁ ତିଳତର୍ପଣ ପରେ ପୂଜାର୍ଚନା ପରେ ପ୍ରାର୍ଥନା କରାଯାଇଥଲା । ତା ପରେ ସକାଳ ୮ ଘଟିକା ସମୟରେ ମେଳା ପରେ ଆବର୍ଜନା ପୂର୍ଣ୍ଣ ହୋଇଥିବା କରଞ୍ଜିଆ ଦୋଳ ପଡିଆ କୁ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ନେତୃତ୍ୱ ରେ ସଫେଇ କରାଯାଇଥଲା ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେଡି ସମ୍ପାଦକ ଦିଲ୍ଲୀପ ସାହୁ, ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି,ଏନଏସି ଅଧକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପନଗରପାଳ ସ୍ୱରୂପ ପରିଜା,ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ, ବରିଷ୍ଠ ନେତା ବିଦେଶୀ ରାଜ,ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, ଯୁବ ନେତା ରୋହିତ ପୃଷ୍ଟି, ମହେଶ୍ୱର ନାୟକ, ସାଂସଦ ପ୍ରତିନିଧି ଏସ. କେ ସୁଲେମାନ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଦିବା ୧0 ଘଟିକା ସମୟରେ ସ୍ଥାନୀୟ ରାମ ବାଟିକା ପ୍ରେକ୍ଷାଳୟ ସଭାଗୃହ ଠାରେ ଶ୍ରଦ୍ଧାଞ୍ଜଳି ସଭା ଓ ଦିବା ୧୧ ଘଟିକା ସମୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମ ଗୁଡିକ ରେ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଙ୍କ ସହିତ ରାଜ୍ୟ ବିଜେଡି ସମ୍ପାଦକ ଦିଲ୍ଲୀପ ସାହୁ, ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି,ଏନଏସି ଅଧକ୍ଷା ଶ୍ରୀମତୀ ପପି ପୃଷ୍ଟି, ଉପନଗରପାଳ ସ୍ୱରୂପ ପରିଜା,ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ, ବରିଷ୍ଠ ନେତା ବିଦେଶୀ ରାଜ,ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା, ଯୁବ ନେତା ରୋହିତ ପୃଷ୍ଟି, ମହେଶ୍ୱରନାୟକ,ନାରୀନେତ୍ରୀ ମଞ୍ଜୁ ଅଧିକାରୀ,କାଉନସିଲର ବିଜୟ ନାୟକ, ରଣଜିତ ଖାଟୁଆ,ନମିତା ଘଣ୍ଟିଆଳି,ବ୍ଲକ ଯୁବ ସଭାପତି ବିକି ଅଲ୍ଲୀ, ଜିଲ୍ଲା ଯୁବ ଉପସଭାପତି ଲଳିତ ମହାନ୍ତ, ଜିଲ୍ଲା ଛାତ୍ର ସାଧାରଣ ସମ୍ପାଦକ ବିଭୂକଲ୍ୟାଣ ମହାନ୍ତ, ଜିଲ୍ଲା ଯୁବ ସମ୍ପାଦକ ସତ୍ୟରଞ୍ଜନ ମହାନ୍ତ, ଡିଜିଟାଲ ମିଡ଼ିଆ ସଂଯୋଜକ ସୀତାଂଶୁ ମହାନ୍ତ, ସାଂସଦ ପ୍ରତିନିଧି ଏସ. କେ ସୁଲେମାନ, ନଗର ଛାତ୍ର ସଭାପତି ଲୋକନାଥ ବେହେରା, ଯୁବ ନେତା ମନରଞ୍ଜନ ରାୟ ଙ୍କ ସମେତ ସମସ୍ତ କାଉନସିଲର ଓ କର୍ମକର୍ତା, କର୍ମୀ ଶୁଭେଛୁ ଉପସ୍ଥିତ ଥିଲେ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଯୁବ ନେତା ରୋହିତ ପୃଷ୍ଟି, ମହେଶ୍ୱର ନାୟକ, ମନରଞ୍ଜନ ରାୟ, ସଞ୍ଜୟ ଘଣ୍ଟିଆଳି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ