କଂସାର ସାହସପୁର ହାଇସ୍କୁଲ ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହାସପୁର ନୋଡାଲ ହାଇସ୍କୁଲର ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ସ୍କୁଲର ପ୍ରଥମ ବ୍ୟାଚର ଛାତ୍ର ତଥା ସମାଜସେବୀ ଫକୀର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରାତନ ଛାତ୍ର ତଥା ଜୟନ୍ତୀ କମିଟିର ସମ୍ପାଦକ ଗଗନ ବିହାରୀ ମନ୍ତ୍ରୀ, ମହେନ୍ଦ୍ର କୁମାର ପରିଡା, ମଧୁସୂଦନ ରାଉତ, ପରମାନନ୍ଦ ସେଠୀ, କୈଳାସ ଚନ୍ଦ୍ର ଲେଙ୍କା, ଗଣେଶ୍ୱର ନାୟକ, ଗଜେନ୍ଦ୍ର ପରିଡା, ଦୀନବନ୍ଧୁ ପ୍ରଧାନ, ସୁଶାନ୍ତ ମହାପାତ୍ର, ସନାତନ ରାଉତ, ରବୀନ୍ଦ୍ର ପାଳ, ବସନ୍ତ କୁମାର ଓଝା, ପ୍ରଶାନ୍ତ କୁମାର ବେହେରା, ପ୍ରଦୀପ୍ତ ରାଉତରାୟ, ନିରଞ୍ଜନ ପରିଡା, ଚତୁର୍ଭୁଜ ପଣ୍ଡା, ଦିପ୍ତୀରଞ୍ଜନ ମହାପାତ୍ର, ଅଶ୍ୱିନୀ କୁମାର ପଣ୍ଡା, ରଜନୀକାନ୍ତ ଲେଙ୍କା ପ୍ରମୁଖ ଯୋଗଦେଇ ଏହି ଉତ୍ସବକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଗଲା । ସୁନାମ ଅର୍ଜ୍ଜନ କରିଥିବା ଆମ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ବୈଜ୍ଞାନିକ, ଡାକ୍ତର, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ, ବ୍ୟବସାୟୀ, ସଫଳଚାଷୀ ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ସ୍ଥିର କରାଗଲା । ତିନିଦିନ ବ୍ୟାପି ପାଳନ କରାଯିବାକୁ ଥିବା ଏହି ଉତ୍ସବରେ ପଦାର୍ପଣ କରିବାକୁ ରାଜ୍ୟପାଳ, ବିଭାଗୀୟ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ