୮୧ କିଲୋ ଗଂଜେଇ ସହ ୪ ଗିରଫ ଅଟୋ ଜବତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଏସ.ପି ଜୟରାମ ଶତପଥି ଙ୍କ ନିଦ୍ଧେଶ କ୍ରମେ ମୋହନା ଥାନାଅଧିକାରୀ ଙ୍କ ତ୍ୱତାବଦନ ରେ ଏସ.ଆଇ ଜ୍ୟାସ୍ନା ରୋଏ ଓ ଟିମ କନ୍ଧଗଣି ଛକ ନିକଟରେ ପେଟ୍ରୋଲଙ୍ଗି କରୁଥିବା ବେଳେ କେଶରିଗୁଡ଼ା ପଟୁ ଏକ ଅଟୋ ନଂ ଓଡ଼ି୦୭ଏ ଏଫ୨୮୭୪କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇଟି ପ୍ଲାଷ୍ଟିକ ଜରି ଅଖା ରେ ଗଂଜେଇ ଥିବା ପାଇଥିଲେ ଯାହାକୁ ଅତିରିକ୍ତ ମାଜିଷ୍ଟ୍ରେଟ ହିମାଂଶୁଭୂଷଣ ପଲାଇ ଙ୍କ ଉପସ୍ଥିତ ରେ ଓଜନ କରିବା ରୁ ତାହା ୮୧ କିଲୋ ହାଇଥିଲା I ଏଥିରେ ସମ୍ପୃକ୍ତ ଥିବା୪ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି I ସେମାନେ ହେଲେ ମୋହନା ଗ୍ରାମ ଦୁଇ ଜଣ ଓ କେଶରିଗୁଡ଼ା ର ଦୁଇ ଜଣ ଉକ୍ତ ଗଂଜେଇ କେଶରିଗୁଡ଼ା ରୁ ବ୍ରହ୍ମପୁର କୁ ଚାଲାଣ ହେଉଥିଲେ ଯାହାର ଆନୁମାନିକ ମୂଲ୍ୟ୮ଲକ୍ଷ୍ୟ ହେବ I ଏହା ସହ ଅଟୋ ଜବତ କରି ମୋହନା ଥାନା କେଶ ନଂ୫୫/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ