ମହିଳାଙ୍କ ମୁଣ୍ତବିହୀନ ଗଳିତ ଶବ ଉଦ୍ଧାର ଘଟଣାରେ : ପୋଲିସକୁ ବଡ଼ ସଫଳତା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଭମାସ୍ୟାଳି ପଞ୍ଚାୟତର ଚଢିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଏପ୍ରିଲ ୮ ତାରିଖ ଦିନ ଜଣେ ଯୁବତୀଙ୍କ ମୁଣ୍ତ ବିହୀନ ଗଳିତ ଶବ ବୁଗୁଡା ପୋଲିସ ଜବତ କରି ବୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କ ମୁଣ୍ତକୁ ମଧ୍ୟ ପୋଲିସ୍ ଜବତ କରିଥିଲେ। ଘଟଣା ସ୍ଥଳରୁ ଯୁବତୀଙ୍କ କିଛି ସାମଗ୍ରୀ ଅନୁସନ୍ଧାନକୁ ଆଗେଇ ନେବାରେ ସାହାଯ୍ୟ କରିଥିଲା। ମିଳିଥିବା ନୂତନ ପୋଷାକ ବୁଗୁଡା ଜଗନ୍ନାଥ ଡ୍ରେସସ ଦୋକାନର ପଲିଥିନରେ ଥିବା ଯୋଗୁ ପୋଲିସ ଜଗନ୍ନାଥ ଡ୍ରେସସ ସିସି ଟିଭି ଫୁଟେଜ୍ ଯାଞ୍ଚ କରି ଶବ ଚିହ୍ନଟ ସହ ଆସାମୀକୁ ଧରିବାରେ ସଫଳ ହୋଇଥିଲେ। ମୃତକ ଯୁବତୀ ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ଗ୍ରାମର ରାମଭୂୟାଁ ଙ୍କ ଦ୍ୱିତୀୟ କନ୍ୟା ସୁନିତା ଭୁୟାଁ ହୋଇଥିବା ବେଳେ ହତ୍ୟାକାରୀ ଜଣଙ୍କ ହେଉଛନ୍ତି ବୁଗୁଡା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ଜଗଦୀଶ ଜେନା ଓରଫ ଜାଗା। ଜଗା ବହୁଦିନ ଧରି ସୁନିତାଙ୍କୁ ଭଲପାଇ ଆସୁଥିଲେ। ଜଗା ବେଙ୍ଗୁଲୁର କାମ କରିବାକୁ ବାହାରିଥିବା ବେଳେ ସୁନିତାକୁ ତାହା ସାଥିରେ ଯିବାକୁ ବାଧ୍ୟ କରିଥିଲା । ସୁନିତା ଜଗା କଥାରେ ବେଙ୍ଗୁଲୁର ଯିବାପାଇଁ ରାଜି ହୋଇନଥିଲା । ଏଥିସହ ସୁନିତା ରାଗିଯାଇ ଥାନାରେ କେସ ଦେବେ ବୋଲି ଜଗାକୁ ଧମକ ଦେଇଥିଲେ । ଜଗା ଚତୁରତାର ସହିତ ଯୁବତୀ ଙ୍କୁ ଜଲଜିରା ଥଣ୍ତା ଭିତରେ ନିଶା ଭରିଦେଇ ଯୁବତୀଙ୍କୁ ପିଇବାକୁ ଦେଇଥିଲା । ଯୁବତୀଙ୍କୁ ନିଶା ହେବାପରେ ଜଗା ଯୁବତୀଙ୍କ ମୁଣ୍ତ ଓ ହାତକୁ ପଥରରେ ଛେଚି ହତ୍ୟା କରି କୂଅ ଭିତରେ ପକାଇ ଦେଇଥିଲେ। ଜଗଦୀଶ ଜେନା ଫେରାର ଥିବା ବେଳେ ବୁଗୁଡା ପୋଲିସ ମୋବାଇଲ ଟ୍ରାକ କରି ବ୍ରହ୍ମପୁରରୁ ଗିରଫ କରି ବୁଗୁଡା ଥାନା କେଶ ନଂ ୨୦୮/୨୨ ପ୍ରକାରେ ଏକ ହତ୍ୟା ମାମଲା ରୁଜ୍ଜୁ କରିଥିଲେ। ଏପ୍ରିଲ ୨୧ ତାରିଖ ଦିନ ଜଗଦୀଶ ଜେନାକୁ କୋର୍ଟ ଚାଲାଣ ହୋଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ