ଉପକୂ୍ଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ନେତାଙ୍କୁ ନିଃସର୍ତ୍ତ ଖଲାସ କରିବା ଦାବିନେଇ ବିକ୍ଷୋଭ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଉପକୂ୍ଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ନେତା ସାଥି ବଟକୃଷ୍ଣ ସ୍ୱାଇଁ ଜାମିନରେ ଜେଲରୁ ବାହାରିଲା ବେଳେ ଅନ୍ୟାୟ ଭାବେ ତାଙ୍କୁ ପୁନଃ ଗିରଫ କରିବା ବିରୁଦ୍ଧରେ ଆଜି ଜିଲ୍ଲାର ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ, ପୁରୀ ଜିଲ୍ଲାର ସିପସରୁବାଲି ଅଂଚଳର ବିସ୍ତିର୍ଣ ଉର୍ବର ଚାଷ ଜମି ଉପରେ ଶାମୁକା ହୋଟେଲ ପ୍ରକଳ୍ପ ଓ ପ୍ରସ୍ତାବିତ ଉଡ଼ା ଜାହାଜ ପଡିଆ ନିମନ୍ତେ ହଜାର ହଜାର ଅଧିବାସୀଙ୍କୁ ନିଜ ଭିଟାମାଟି ଓ ଜୀବିକାରୁ ସବୁଦିନ ପାଇଁ ବିଚ୍ୟୁତ କରିବା ବିରୁଦ୍ଧରେ ଉପକୂଳିଆ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ ଲଗାତାର ଭାବେ ଦୀର୍ଘ ବର୍ଷରୁ ଜନ ଆନ୍ଦୋଳନ ଦ୍ୱାରା ସେଠାରେ ପୂର୍ବରୁ ଚାଲିଥିବା ପୋଲିସ ପ୍ରଶାସନ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକାର ପର୍ଦ୍ଧାଫାଶ ହେବା ଭୟରେ ସାଥି ବାଟକୃଷ୍ଣ ସ୍ୱାଇଁଙ୍କୁ ବିଭିନ୍ନ ମିଥ୍ୟା କେସ ଲଦି ଗତ ଅଗଷ୍ଟ 16 ତାରିଖରେ ଗିରିଫ କରାଯାଇଥିଲା l ସମସ୍ତ କେସ ରେ ଗତ ଅପ୍ରେଲ 12ତାରିଖରେ ଜାମିନ ପାଇ ମୁକୁଳିଲା ବେଳେ କାରାଗାର ଗେଟ ଠାରୁ ହିଁ ଆଉ ଗୋଟିଏ ମିଥ୍ୟା କେସ ଲଦି ତାଙ୍କୁ ଅନ୍ୟାୟ ଭାବେ ଗିରିଫ କରାଗଲା l ବଟକୃଷ୍ଣ ସ୍ୱାଇଁଙ୍କୁ ଉଧେଶ୍ୟମୂଳକ ଭାବେ ଗିରିଫ କରିବା ଦ୍ୱାରା ପୋଲିସ ପ୍ରଶାସନ ଓ ବାଲି ମାଫିଆ, କାଠ ମାଫିଆଙ୍କ ମଧ୍ୟରେ ଥିବା କମିଶନ କାରବାର ପଦାରେ ପଡିଛି l ବଟକୃଷ୍ଣଙ୍କୁ ଅବିଳମ୍ବେ ନିଃସର୍ତ୍ତ ଖଲାସ କରିବା ଦାବୀ ନେଇ ମହାମହିମ ରାଜ୍ୟପାଳଙ୍କ ଉଧେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସଚିବ ସୁଜାତା ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ଘଟଣା ସମ୍ପର୍କରେ ଅବଗତ କରାଯାଇଛି l ଏଥିରେ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ଆବାହକ ନିରାକାର ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା,ଚାଷୀ ମୁଲିଆ ସଂଘର ନେତା ପର୍ଶୁରାମ ଗୌଡ଼,କୈଳାଶ ମଲ୍ଲିକ ,ପ୍ରଗତିଶୀଳ ମହିଳା ମଞ୍ଚର ରଶ୍ମି ସଭା ସୁନ୍ଦର, ରଶ୍ମିତା ଗୌଡ଼,ଜୋସେଫ ରାଇତ, ଜିରିମିୟା ରାଇକା ପ୍ରମୁଖ ନେତୃତ୍ୱ ନେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ