ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନୂତନ ଭାବେ ନିର୍ମିତ ଶ୍ରେଣୀ ଗୃହ ଶୁଭ ଉଦ୍ଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଧାମଡଙ୍ଗ ଗ୍ରାମ ଠାରେ ଥିବା ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ନୂତନ କୋଠା ଗୃହ ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, ସିଧାମଡଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ, ଜି. ସ୍ଵର୍ଣାମଞ୍ଜରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।


