ସାମ୍ବାଦିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଳଛତ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :-ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଲେଶ୍ୱର ସାମ୍ବାଦିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଳଛତ୍ର ଖୋଲାଯାଇଛି । ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏହାକୁ ଉଦଘାଟନ କରିଥିଲେ । ଏହା ଦ୍ୱାରା କେବଳ ସାମ୍ବାଦିକ ନୁହେଁ ବରଂ ବଭିନ୍ନ କାର୍ଯ୍ୟରେ ଜିଲାପାଳଙ୍କ ନିକଟକୁ ଆସୁଥିବା ସାଧାରଣ ଲୋକେ ମଧ୍ୟ ଥଣ୍ଡାପାଣି ପାଇ ପାରିବେ ବୋଲି ସେ କହିଥିଲେ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ବାଦିକଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଚନ୍ଦ୍ର ଦାସ, ସୋମନାଥ ସାହୁ, ଜୀବନଜ୍ୟୋତି ନାୟକ, ପ୍ରସନ୍ନଜିତ ଆଶ, ରତିକାନ୍ତ ପାତ୍ର, ପ୍ରକାଶ ସାହୁ, ସଞ୍ଜୟ ଦାସ, ଅରୂପ ନାରାୟଣ ମହାନ୍ତି, ବ୍ରହ୍ମାନନ୍ଦ ସ୍ୱାଇଁ, ଅଜିତ କୁମାର ମହାନ୍ତି, ଅଧିପ ଜେନା, ମଲିକ ରିଜୁଆନ, ରମଣୀ ରଞ୍ଜନ ଦାସ, ସୁଶାନ୍ତ କୁମାର ବେହେରା, ଉବାଚକ ମହାନ୍ତି, ସତ୍ୟଜିତ ସେନାପତି, ଧୀରଜ କୁମାର ଦାସ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ତପନ ଦାସ, ଗୋପାଳ ଦାସ, ବିନାୟକ ମହାପାତ୍ର, ଗଣେଶ ସେଠୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।


