ନାଉଗାଁରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକର ୧୬ଟି ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜାମୁଗାଁ ପଂଚାୟତ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ଗ୍ରାମସଭାରେ ସରପଂଚ ସୁଭ୍ରସ୍ମୃତୀ ପରିଡା, ଜିଆରଏସ ପ୍ରଭାତ ସାହୁ, ନାଏବ ସରପଂଚ ଭ୍ରମରବର ମହାନ୍ତି, ସମାଜସେବୀ ତୁଷାର କୁଅଁର, ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ସମେତ ପଂଚାୟତବାସୀ ଉପସ୍ଥିତ ଥିଲେ । ପଂଚାୟତ ସର୍ବାଙ୍ଗୀନ ଉନ୍ନତି ସକାଶେ ପାନୀୟ ଜଳ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଆଦିର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ସହ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଯୋଜନା ପଂଚାୟତବାସୀଙ୍କ ନିକଟରେ ସିଧାସଳଖ ପହଂଚାଇବାକୁ ସଭାରେ ପଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।


