କଟୁଂଣିଆହାଟ ହାଇସ୍କୁଲର ୧୯୯୫ ବ୍ୟାଚର ବଂଧୁମିଳନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆହାଟ ହାଇସ୍କୁଲର ୧୯୯୫ବ୍ୟାଚର ବଂଧୁମିଳନ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଉତ୍ସବରେ ୮୦ରୁ ଉର୍ଦ୍ଧ୍ୱ ପୁରାତନ ସହପାଠୀମାନେ ଯୋଗ ଦେଇ ପୁରୁଣା ସ୍ମୃତିକୁ ବଖାଣି ଥିଲେ । ପରେ ମୋ ସ୍କୁଲ ଅଭିଯାନ ସଂର୍ପକରେ ଆଲୋଚନା କରାଯାଇ ସ୍କୁଲର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତତ୍କାଳିନୀ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଅରୁଣ ଭୋଳ, ଆଲୋକ ସାହୁ, ଅଜୟ ସାହୁ, ପ୍ରଭାସ ଭୋଳ, ଲୋପାମୁଦ୍ରା ମହାପାତ୍ର, ରଂଜିତ ଦାସ, ଅଜୁ ସ୍ୱାଇଁଙ୍କ ସମେତ ଉପସ୍ଥିତ ସମସ୍ତ ସହପାଠୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ