ପୁରାତନ ଛାତ୍ର ସାଂସ୍କୃତିକ ସଂସଦର ବାର୍ଷିକୋତ୍ସବ : ପୁରସ୍କାରେ ବୀତରଣ ସମାରୋହ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ସରକାରୀ ହାଇସ୍କୁଲର ପୁରାତନ ଛାତ୍ର ସାଂସ୍କୃତିକ ସଂସଦ ଓ ଇନ୍ଦୁପୁର ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ବାର୍ଷିକୋତ୍ସବ ଓ ପୁରସ୍କାର ବୀତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଉଦ୍‌ଘାଟକ, ପୂର୍ବତନ ସାଂସଦ ତଥା କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇନ୍ଦୁପୁର ଉଚ୍ଚ ବିଦ୍ୟାବିଦ୍ୟାଳୟ ଏକ ପୁରାତନ ଶିକ୍ଷାନୁଷ୍ଠାନ ରୂପେ କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାମଗ୍ର ରାଜ୍ୟରେ ତା’ର ସ୍ୱତନ୍ତ୍ରତା ପ୍ରତିପାଦନ କରିପାରିଛି ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଐତିହ୍ୟ ଓ ଗାରିମାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ପରେ ପ୍ରାକ୍ତନ ସଭାପତି ପରିକ୍ଷୀତ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ପରିଚାଳନା ସଦସ୍ୟ ପର୍ଶୁରାମ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ସଂସଦ ସମ୍ପାଦକ ଶିକ୍ଷାବିତ ପ୍ରଣବ କୁମାର ଜେନା ସମ୍ପାଦକୀୟ ବୀବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ବିବିଧ ସମସ୍ୟା ଉପସ୍ଥାପନା କରିବା ସହ ବିଧାୟକ ଏବଂ ମେୟରଙ୍କୁ ଏହାର ସମାଧାନ ପାଇଁ ନିବେଦନ କରିଥିଲେ । ସଂସଦର ସଭାପତି ପ୍ରଫେସର ଶ୍ରୀବତ୍ସ ଲାଞ୍ଛନ ଜେନା ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ସଂସଦର ପ୍ରାକ୍ତନ ସଭାପତି ତଥା ପୁରାତନ ଛାତ୍ର ଡା. ବିରଂଚି ନାରାୟଣ ଜଗଦ୍ଦେବ ଓ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ ବିଦୟାଳୟର ପୂର୍ବ ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବିଦ୍ୟାଳୟରେ ଯୋଗ ଶିକ୍ଷା କେନ୍ଦ୍ର ଖୋଲି ପିଲାମାନଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଯୋଗଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ । ବିଦ୍ୟାଳୟରେ ଏକ ସାଇକେଲ ଷ୍ଟାଣ୍ଡ ସ୍ଥାପନା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥରଲେ । ଏହି ଅବସରରେ ସୁନାମଧନ୍ୟ ପ୍ରାକ୍ତନ ଶିକ୍ଷକ ଧନେଶ୍ୱର ପାଢୀଙ୍କୁ ‘ଶିକ୍ଷକ ଗୌରବ ସମ୍ମାନ- ୨୦୨୨” ରେ ସମ୍ମାନୀତ କରାଯାଇଥିବା ବେଳେ ଅବସରପ୍ରାପ୍ତ ପ୍ରଶାସକ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ ‘ଛାତ୍ର ଗୌରବ ସମ୍ମାନ-୨୦୨୨’ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବିଦ୍ୟାଳୟର ସଫଳ ଛାତ୍ରଛାତ୍ରୀଙ୍କ ସମେତ ଆଖପାଖ ୧୦ରୁ ଉର୍ଦ୍ଧ୍ୱ ହାଇସ୍କୁଲର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଟପରମାନଙ୍କୁ ଆର୍ଥିକ ରାଶ. ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୂରଲୀଧର ବିଶ୍ୱାଳ ଓ ଚନ୍ଦନ କୁମାର ସାହୁ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କର ମାନପତ୍ର ପାଠ କରିଥିବା ବେଳେ ପ୍ରାକ୍ତନ ଛାତ୍ର ଚିର ରଞ୍ଜନ ରାଉତ, ଶିକ୍ଷକ ସିଦ୍ଧାର୍ଥ ଶଙ୍କର ଜେନା ଓ ନରେଶ ମହାନ୍ତି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ଶହ ଶହ ପ୍ରାକ୍ତନ ଛାତ୍ରଛାତ୍ରୀ, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ୮ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ସଂସଦର ସହ ସମ୍ପାଦକ ତଥା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ବିଜେଡି ନେତ୍ରୀ ଜ୍ୟୋସ୍ନାମୟୀ ପରିଡା, ସରପଞ୍ଚ ପ୍ରଦୀପ୍ତରଞ୍ଜନ ସୂତାର, ସମିତି ସଭ୍ୟା ସୁନନ୍ଦା ମଳିକ, ପରିବେଶବିତ କାଶୀନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ଦେବେନ୍ଦ୍ର ରାଉତ, ପ୍ରଶାନ୍ତ କୁମାର ସିଂହ, ପ୍ରମୋଦ କୁମାର ପତି, ଶଶୀଭୂଷଣ ପଣ୍ଡା, ଦିଲ୍ଲିପ କୁମାର ଥାଟୋଇ, ପ୍ରକାଶ ଜେନା, ବିଜୟ ସାହାଣୀ, ମଦନ ସ୍ୱାଇଁ, ଗୈାରାଙ୍ଗ ସାହୁ, ପ୍ରଦିପ କୁମାର ଦାସ, ଦେବାଶିଷ ସାମଲ, ଦୁଷ୍ମନ୍ତ କୁମାର ମଲିକ, ସେକ ମୋଇବୁରରବ୍‌, ଶିକ୍ଷକ ପ୍ରଦିପ କୁମାର ପୃଷ୍ଟି, ଗଜେନ୍ଦ୍ର ସ୍ୱାଇଁ, ଅନୁ ପମାନିକ, ସର୍ବେଶ୍ୱର ଋଣା, ଶିକ୍ଷିକା ଆରତୀରଞ୍ଜନା ନାୟକ, ବିଷ୍ଣୁପ୍ରିୟା କର, ବନଲତା ପରିଡା, ବନ୍ଦିତା ସ୍ୱାଇଁ, ଚିନ୍ମୟୀ ବାରିକ, କବିତା ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀବତ୍ସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ