ସାହିତ୍ୟ ଖଟିରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସାହିତ୍ୟ ଖଟି ଆନୁକୂଲ୍ୟରେ ସହରସ୍ଥ ତିନିମୁହାଣୀ ଧନୀଛକ ଠାରେ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ନିରାଡମ୍ବର ଭାବେ ଅନୁଷ୍ଠିତ ଉତ୍ସବରେ କବି ପ୍ରେମାନନ୍ଦ ଖଣ୍ଡୁଆଳଙ୍କ କବିତା ସଂକଳନ “ସାତଭାୟା”ର ୨ୟ ସଂସ୍କରଣ ଉନ୍ମୋଚିତ ହେବା ସହିତ କବି ଡଃ. ଶ୍ରୀଧର ସାମଲ ଓ କବି ଅଧ୍ୟାପକ ବୃନ୍ଦାବନ ଦାସଙ୍କୁ ସାହିତ୍ୟ ପ୍ରତି ଥିବା ସେମାନଙ୍କର ବିଶେଷ ଅବଦାନ ପାଇଁ “ତାଳଧ୍ୱଜ ସମ୍ମାନ -୨୦୨୨”ରେ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୈାସୁମୀ ସାହିତ୍ୟ ସଂସଦ ସଭାପତି ପ୍ରଫେସର ନନ୍ଦ କିଶୋର ପରିଡା, ସମ୍ପାଦକ କବି ଡକ୍ଟର ଶ୍ରୀଧର ସାମଲ, କବି ଅଧ୍ୟାପକ ବୃନ୍ଦାବନ ଦାସ, ରାଜଶ୍ରୀର ସଭାପତି ଓ ମୈାସୁମୀର ଉପଦେଷ୍ଟା ପରିବେଶବିତ କାଶୀନାଥ ରାଉତରାୟ, କବି ଗାଳ୍ପିକ ସୁରେନ୍ଦ୍ର କୁମାର ବେହେରା, କବି ପ୍ରେମାନନ୍ଦ ଖଣ୍ଡୁଆଳ, କବି ରଞ୍ଜନ ବାଇ ଓ ଧନେଶ୍ୱର ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


