ପ୍ରଗତି କଳାକେନ୍ଦ୍ର ର ଷଷ୍ଠତମ ବାର୍ଷିକ ଉତ୍ସବ ପାଳିତ : ନିଆରା ଢଙ୍ଗରେ ପାଳନ ହେଲା ଗୁରୁ ଶିଷ୍ୟର ପରମ୍ପରା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଲୋକନୃତ୍ୟ, ଲୋକକଳା ଓ ବିଭିନ୍ନ ନୃତ୍ୟରେ କମ୍ପି ଉଠିଲା ସାଂସ୍କୃତିକ ମଂଚ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପ୍ରଗତି କଳା କେନ୍ଦ୍ର ର ଷଷ୍ଠ ତମ ବାର୍ଷିକ ଉତ୍ସବ ଏବଂ ଗଞ୍ଜାମ ଗୌରବ ସମ୍ମାନ ସମାରୋହର ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଣପ୍ପା, ଲିଙ୍ଗରାଜ କଠଉ, ଚଢେୟା ଚଢେୟାଣୀ ନୃତ୍ୟ, ସମ୍ବଲପୁରୀ ଓ କୁମ୍ଭ ନୃତ୍ୟ ପରିବେଷଣ କରାଯାଇଥିଲା । ନୃତ୍ୟର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିଥିଲେ । ମହାମାରୀ କରୋନା ଯୋଗୁଁ ଅଂଚଳରେ ଏପରି କାର୍ଯ୍ୟକ୍ରମ ହୋଇନଥିଲା । ଯାହା ଫଳରେ ଉପସ୍ଥିତ ଅଭିଭାବକ, ଅଭିଭାବିକା ଏବଂ ଅତିଥି ମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମନ ଖୋଲି ଉପଭୋଗ କରିଥିଲେ । ପ୍ରଗତି କଳା କେନ୍ଦ୍ର ର କୋଷାଧ୍ୟକ୍ଷା ଏମ୍‌. ରାଧା କୁମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତ ରତ୍ନ, ଗ୍ଲୋବାଲ ଡ୍ୟାନ୍ସ ଆଇକନ ତଥା ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୁନି କୁନି କଳାକାର ମାନଙ୍କୁ ଉତ୍‌ସାହିତ କରିଥିଲେ । ଗଞ୍ଜାମ ମାଟି କଳା ଓ ସଂସ୍କୃତିର ମାଟି । ଏହି ମାଟି ଅନେକ କଳାକାର ମାନଙ୍କୁ ଜନ୍ମ ଦେଇଛି । ଏଠି କଳାକାର ମାନଙ୍କୁ ସମ୍ମାନ ଦିଆଯାଏ । ଯାହା ଫଳରେ ଏଠାକାର ପ୍ରତିଭାବାନ କଳାକାର ମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଏଣୁ ଏହି ମାଟିରେ ମୁଁ ଉପସ୍ଥିତ ରହିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ନିଜ ଅଭିଭାଷଣରେ ଆନ୍ତର୍ଜାତୀୟ ନୃତ୍ୟ ଗୁରୁ ଶ୍ରୀ ଯୋଶୀ କହିଥିଲେ । ପ୍ରଗତି କଳା କେନ୍ଦ୍ର ପ୍ରଗତି ପଥରେ ଆଗେଇବ ବୋଲି ମଧ୍ୟ ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଗ୍ରନ୍ଥାଦକ୍ଷ (ରାଜ୍ୟ ପାଠାଗାର) ଅମୀୟ କୁମାର ଧଳ, ବ୍ରହ୍ମପୁର ମଦର୍ସ ଗ୍ରେଡ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଢୀ, ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସର ରାଜ୍ୟ ମୁଖ୍ୟ ଏଲ. ଶିବ ପ୍ରସାଦ ରେଡ୍ଡି, ବଚପନ ପ୍ଲେ ସ୍କୁଲର ନିର୍ଦ୍ଦେଶିକା ସଙ୍ଗୀତା ଶର୍ମା, ଛତ୍ରପୁର ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟିର ମୁଖ୍ୟ ପରିଚାଳକ କେ. ଚନ୍ଦ୍ର ଶେଖର ରେଡ୍ଡି, ପ୍ରଗତି କଳା କେନ୍ଦ୍ର ପରିଚାଳକ ରାମ ମୋହନ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଅନୁଷ୍ଠାନର ଉତ୍ତୋରତ୍ତୋ ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁଧାଂଶୁ ଶେଖର ଶତପଥିଙ୍କ ଦ୍ୱାରା ଗୁରୁ ଶିଶ୍ୟର ପରମ୍ପରା ନିଆରା ଢଙ୍ଗରେ ପାଳନ କରାଯାଇଛି । ପ୍ରଥମ ଗୁରୁ ବାପା ଓ ମା, ଦ୍ୱିତୀୟ ଗୁରୁ ଯିଉ କି, ଶିକ୍ଷା ଦିଅନ୍ତି । ଏଣଭୁ ଏହି ମଂଚରେ ସେ ତାଙ୍କ ବାପା ମା ଓ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀଙ୍କ ପାଦ ପୂଜା କରି ରିତୀନିତୀ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ସେମାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଦଣ୍ଡନାଚ ଅଧିକାରୀ ଗୁରୁ ଦଣ୍ଡପାଣି ମହାରଣା, ପ୍ରହ୍ଲାଦ ନାଟକର ଗୁରୁ ଅର୍ଜୁନ ଅଧିକାରୀ, ଚଳଚିତ୍ର ନିର୍ଦ୍ଦେଶକ ଗୁରୁ କ୍ରିଷ୍ଣା ସାହୁ, ଶଙ୍ଖବାଦ୍ୟ, ରଣପ୍ପା, ଚଢେୟା ନାଚ ଓ ଲଉଡି ନୃତ୍ୟ ଗୁରୁ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଅତିଥି ମାନଙ୍କ ଦ୍ୱାରା ଗଞ୍ଜାମ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ଯୁବ ପ୍ରତିଭା ଅରୁଣ କୁମାର ଶତପଥିଙ୍କୁ ଗଞ୍ଜାମ ରତ୍ନ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଥିଲା । ଏହା ସହିତ ପ୍ରଗତି କଳା କେନ୍ଦ୍ର ର ନୂତନ ସଭାପତି ଭାବେ ତାଙ୍କ ନାମ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଯୋଶୀ ଘୋଷଣା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତି କଳା କେନ୍ଦ୍ର ର ସମ୍ପାଦକ ସୁଧାଂଶୁ ଶେଖର ଶତପଥି ପରିଚାଳନା କରିଥିବା ବେଳେ ଡି. ସୁରେଶ ରେଡ୍ଡି, ଦୀପକ କୁମାର ମହାରଣା, ଜିତୁରାଜ ବେହେରା, ମୁନା ବେହେରା ଓ ଅନୀଲ ବେହେରା ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ସହ ଯୋଗ କରିଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଂଳର ସୁନାମଧନ୍ୟ ଭାଷ୍ୟକାର ବୁଲୁ ଆଚାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ