ପେଶାଦାର ମୋବାଇଲ୍ ଚୋର ଗଣେଶଙ୍କୁ ଗିରଫ କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ପୋଲିସ ସୋମବାର ଦିନ ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି ମାମଲାରେ ପୁଣିଥରେ ଜଣେ ପେଶାଦାର ଅପରାଧୀଙ୍କୁ ଗିରଫ କରିଛି ପାଟପୁର ପୋଲିସ। ଅପରାଧୀ ଜଣକ ହେଲେ ସାନଖେମୁଣ୍ଡି ବ୍ଳକ ସାହସପୁର ଗ୍ରାମର ଏ .ଗଣେଶ ପାତ୍ର କୁ ପୋଲିସ ଗିରଫ କରିବା ସହ ଅଭିଯୁୁୁକ୍ତ ନିକଟରୁ ୬ ଗୋଟି ନାମୀ ଦାମୀ ମୋବାଇଲ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ନିଜ ଗ୍ରାମ ସାହସପୁରରୁ ଉଠାଇ ଆଣି ଜେରା କରିବା ପରେ ବିଭିନ୍ନ ସମୟରେ ବହୁ ମୋବାଇଲ ଚୋରି କରି ବିକ୍ରୟ ନିମନ୍ତେ ରଖିଥିବା ପୋଲିସ ନିକଟରେ ପ୍ରକାଶ କରିଥିଲା । ଏନେଇ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଅଭିଯୁକ୍ତଙ୍କ ସମସ୍ତ ବୟାନ ଆଧାର କରି ଥାନା ମାମଲା ନଂ ୧୨୫ / ୨୨ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ତେବେ ଅଭିଯୁକ୍ତ ଗଣେଶଙ୍କ ନାମରେ ଥାନାରେ ବହୁ ମାମଲା ରହିଥିବା ବେଳେ ଗତ ୨୦୨୧ ସେପ୍ଟେମ୍ବର ୨୦ ତାରିଖରେ ପୋଲିସ ୧୯ ଗୋଟି ସ୍ମାର୍ଟ ଫୋନ ଓ ୪ ଗୋଟି ଗାଡ଼ି ବ୍ୟାଟେରୀ ଚୋରି ମାମଲାରେ ଗିରଫ କରି ଥାନା ମାମଲା ୩୦୦/୨୧ ପ୍ରକାରେ କୋର୍ଟ ଚାଲାଣ କରିଥିଲା । ପୋଲିସ ଚୋରି ହୋଇଥିବା ମୋବାଇଲ ଗୁଡ଼ିକୁ ଅଭିଯୋଗକାରୀ ଙ୍କ ନିଜର ମୋବାଇଲ ସମ୍ବନ୍ଧୀୟ କାଗଜପତ୍ର ଦେଖିବାପରେ ମୋବାଇଲ ଫେରସ୍ତ କରିଥିବା ଥାନା ଅଧିକାରୀ ଶ୍ରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


