ଡାକ୍ତରୀ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ଡଙ୍କୁରୀ ଗ୍ରାମର ଜଣେ ଡାକ୍ତରୀ କୋଜିଂ ନେଉଥିବା ଛାତ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଡଙ୍କୁରୀ ଗ୍ରାମର ରାମକୃଷ୍ଣ ସେଠୀଙ୍କ ପୁଅ ଆଶିଷ ରଞ୍ଜନ ସେଠୀ(୨୦) ରାଜସ୍ଥାନ କ୍ୱେଟାରେ ବର୍ଷେହେଲା ଡାକ୍ତରୀ କୋଚିଂ ନେଉଥିଲା । କୌଣସି କାରଣକୁ ନେଇ ସେ ଗତ ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଥିଲା । ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରାଇବାପରେ ଆଜି ଘରକୁ ଧରି ଆସୁଥିବା ଜଣାଯାଇଛି । ପାଠପଢ଼ାର ଚାପ ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ସୁତ୍ରରୁ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ