ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ଖୋଲିଲା ଜଳଛତ୍ର

ଛତ୍ରପୁର, (ଦେବଦତ୍ତ ମହାରଣା) :ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ମହିଳା ମହା ବିଦ୍ୟାଳୟ ସମ୍ମୁଖରେ ଏକ ଜଳଛତ୍ର ର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ନେତୃତ୍ୱରେ ଶୁଭାରମ୍ଭ ହୋଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଥମ ଦିନରେ ବାଟୋଇ ମାନଙ୍କୁ ଦହି ସରବତ ପ୍ରଦାନ କରାଯାଇଥିଲା । ଛତ୍ରପୁର ଏନଏସି ଉପାଧ୍ୟକ୍ଷା ଜି. ପାପା ରାଓ ଏଥିରେ ସହଯୋଗ କରିଥିବା ବେଳେ ୨୦ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡି, ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର, ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ଛତ୍ରପୁର ନଗର ସଭାପତି ସନାତନ ବିଶ୍ୱାଳ, ବ୍ଲକ ସଭାପତି ଚିନ୍ମୟ ଦାସ, ବିଜେଡି ଡିଜିଟାଲ ସେକ୍ରେଟରୀ ସନମୁଖ ପଟ୍ଟନାୟକ, ଡମ୍ବୁରୁଧର ସାହୁ ଙ୍କ ସମେତ ବହୁ ଦଳିୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ