କଂସାରୀଗଣ୍ଡରେ ବୁଡି ଯୁବକ ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ପୋଟ୍ଟଲାମପୁର ପଂଚାୟତର ଗଙ୍ଗାପୁର ଗ୍ରାମରେ ଥିବା କଂସାରୀଗଣ୍ଡକୁ ଗାଧେଇବାକୁ ଯାଇ ନଦୀରେ ବୁଡି ଯାଇଛନ୍ତି ଜଣେ ୨୫ ବର୍ଷୀୟ ଯୁବକ ଯୁବକ ଜଣକ ଛତିଶଗଡ ଅଂଚଳର ଆଶିଷ କୁମାର ବର୍ମା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଶିଷ ନିଜ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଆସିଥିବା ବେଳେ ମଙ୍ଗଳଳବାର ପୂର୍ବାହ୍ନରେ ଗଙ୍ଗାପୁର ଗ୍ରାମସ୍ଥିତ କଂସାରୀଗଣ୍ଡକୁ ଗାଧେଇବାକୁ ଯାଇଥିବା ବେଳେ ହଠାତ୍ ଗୋଡ ଖସିଜିବାରୁ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ବାସିନ୍ଦା ମାନେ ଗ୍ରାମବାସୀଙ୍କୁ କହିବା ପରେ ଗ୍ରାମବାସୀ ମାନେ ଅଗ୍ନିଶ୍ରମ ବିଭାଗ ଓ ଓଡ୍ରାଫ୍ ଟିମ କୁ ଖବର ଦେଇଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଆଶିଷଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏନେଇ ଛତ୍ରପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି ।


