ଗଞ୍ଜାମ ବିଇଓ ଅଫିସର ଦୃଢ଼ ନିନ୍ଦା
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ଜିଲ୍ଲାଶିକ୍ଷାଅଧିକାରୀ ବନିତା ସେନାପତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗଞ୍ଜାମ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ଉପରେ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏନେଇ ଆଜି କାର୍ଯ୍ୟାଳୟ ପରିସରରେ ବିଇଓ ଭାଗିରଥି ବେହେରାଙ୍କ ପୋୖରହିତରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଇଓ ବିଜୟ ଚନ୍ଦ୍ର ବେହେରା, ଏବିଇଓ (ଆଇସି) ରୋହିତ କୁମାର ଦାସ, ପ୍ରଫୁଲ୍ଲ କୁମାର ମନ୍ତ୍ରୀ, ଏସଓ-ବି.ପ୍ରକାଶ ରାଓ, ଏସଏ-ମୁରଲୀ ଚନ୍ଦ୍ର ସେଠୀ, ଜେଏ- ବିଚିତ୍ର ନନ୍ଦ ସାହୁ, ଅକ୍ଷୟ କୁମାର ମିଶ୍ର, ସ୍ଵର୍ଣପ୍ରଭାପାଢ଼ୀ, ତୃପ୍ତିରଞ୍ଜନ ଜାଲି, ରବୀନ୍ଦ୍ର କୁମାର ନାହାକ, ମାନସୀ ବିଶ୍ୱାଳ, ଗିରିଷ ଚନ୍ଦ୍ର ପଣ୍ଡା, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ I


