ଗୁରାଣ୍ଡି ଠାରେ ମଧୂବାବୁଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ବରିଷ୍ଠ ନାଗରିକ ମଞ୍ଚ ସଭା ଗୃହରେ କୁଳବୃଦ୍ଧି ମଧୂସୁଦନ ଦାସଙ୍କ ୧୭୫ତମ ଜୟନ୍ତୀ ମଞ୍ଚର କାର୍ଯ୍ୟକାରୀ ସବାପତି ପିତ୍ତବାସ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବପାବେ ଶିକ୍ଷାବିତ୍ତ ଆଚାର୍ଯ୍ୟ ବିିନୋଦ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ପିତବାସ ସାମଲ ଓ ଅନ୍ୟତମ ଅତିଥି ଭାବେ କାର୍ଯ୍ୟକ୍ରମର ସଂଯୋଜକ ଆପନାନ ସାମଲ ଯୋଗ ଦେଥିଲେ । ଅତିଥିମାନେ ମଧୂବାବୁଙ୍କ ଜୀବନୀ କିପରି ଓଡିଶା ଶତାବ୍ଦିର ଇତିହାସରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ମଧୂବାବୁ ଜଣେ ସଚ୍ଚା ସ୍ୱାଭିମାନେ ଓଡିଆ ଥିଲେ । ସତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଅଦମ୍ୟ ଉତ୍ସାହ, ପ୍ରରଣାକୁ ସେତେବେଳେ ଓଡିଶାବାସୀ କିଭଳି ଗ୍ରହଣ କରିଥଲେ ତାହା ନିଜ ନିଜ ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନ କରିଥିଲେ କଳାକାର ଗଣପତି ରାଉତ । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟ୍ତରୀ ସୁସ୍ମୀତା ଜେନା, ଧନ୍ୟବାଦ ଦେଇଥିଲେ ହରିକୃଷ୍ଣ ଜେନା । ଏହି ସଭାରେ ହାଇସ୍କଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଖଗେଶ୍ୱର ପାତ୍ର, ନିମାଇ ପାତ୍ର, ଅର୍ଜୁନ ଦଳାଇ ପରିଚାଳନା କରିଥିଲେ ।


