ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ଆନୁକୂଲ୍ୟରେ ଗୁରୁବାର ସଙ୍ଘ ସଭା ଗୃହରେ ଆଇନଜୀବୀ ଦିବସ ତଥା ୧୭୪ତମ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ଧ୍ରୁବ ଚରଣ ଜେନା ସଭାପତିତ୍ୱ କରିଥିଲେ । ଏହି ସଭାରେ ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାଜଜ ଅଜୟ କୁମାର ପ୍ରଧାନ, ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ବି. କେ. ଚିନାରା, ଅତିରିକ୍ତ ବରିଷ୍ଠ ସିଭିଲ ଜଜ ଶୋଭନ କାନୁନଗୋ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସଂଗୀତା ପାଣି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ମଧୁବାବୁଙ୍କ ଜୀବନାଦର୍ଶ ଉପରେ ଆଇନଜୀବୀ ଭୀମସେନ ଭୂୟାଁ, ସରୋଜରାଜ ସିଂ, ପରୀକ୍ଷିତ ପାତ୍ର, ପ୍ରଭାତ ଅଧିକାରୀ, ଧିରେନ କୁମାର ସାହୁ, ଗୋକୁଳି ରଞ୍ଜନ ଦାସ, ବିଜୟ ପରିଡା, ଆଶୁତୋଷ ମହାନ୍ତି, ଆଶିଷ ସେନାପତିି, ରମଣୀରଞ୍ଜନ ରାଉତରାୟ, ପ୍ରଦୀପ କୁମାର ଦାଶ, ନିତ୍ୟାନନ୍ଦ ସ୍ୱାଇଁ, ବଳଦେବ ପ୍ରସାଦ ସାମନ୍ତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ମଧୁବାବୁଙ୍କ ସମେତ ମହାତ୍ମାଗାନ୍ଧୀ, ଗୋପବନ୍ଧୁ ଦାସ ଓ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାଜଜ ଶ୍ରୀ ବେହେରାଙ୍କୁ ମଧୁବାବୁଙ୍କ ପଗଡି ପିନ୍ଧାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାଜଜ ଶ୍ରୀ ବେହେରା ବୟୋଜ୍ୟେଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଯୁବ ଆଇନଜୀବୀ ସରୋଜ କୁମାର ପରିଡାଙ୍କୁ ଅବସରପ୍ରାପ୍ତ ଜିଲ୍ଲାଜଜ ଜଗଦାନନ୍ଦ ପଣ୍ଡା ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଙ୍ଘର ଉପସଭାପତି ହାଡିବନ୍ଧୁ ସିଂ, ସହସମ୍ପାଦକ ଅସ୍ତରାଗ ତ୍ରିପାଠୀ, କୋଷାଧ୍ୟକ୍ଷ ରାଜୀବ ପାତ୍ର, ଲାଇବ୍ରେରୀଆନ ଚୈତନ୍ୟ ମଲିକ, କମିଟି ସଦସ୍ୟ ବିଚିତ୍ର କୁମାର ବେହେରା, ଅଞ୍ଜନା ମହାନ୍ତି ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଏହି ସଭାରେ ଆଇନଜୀବୀ ଅକ୍ଷୟ କୁମାର ନାଥ, ନେହେରୁ କୁମାର ସାହୁ, ଅରକ୍ଷିତ ସୁଆର, ସତ୍ୟ ପରିଡା, ଆଶିଷ କୁମାର ସାମଲ, ଲକ୍ଷ୍ମଣ ସାହୁ ପ୍ରମୁଖ ବହୁ ସଂଖ୍ୟାରେ ଆଇନଜୀବୀମାନେ ଉପସ୍ଥିତ ଥିଲେ ।