କଳାହାଣ୍ଡି ରେ ହେବ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା : ଓଡ଼ିଶା ପକ୍ଷରୁ ପ୍ରସ୍ତୁତି ଆରମ୍ଭ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଆଗାମୀ ଜୁନ ମାସରେ କଳାହାଣ୍ଡି ଜିଲ୍ଲାରେ ଏଇ ଓଡିଶା ଏଲ୍ ଏନ୍ ଟି ଭି ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏକ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଛାପା, ବୈଦୁତିକ ଗଣମାଧ୍ୟମ, ୱେବ୍, ପୋର୍ଟାଲ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହେବ। ସାମ୍ପ୍ରତିକ ପରିସ୍ଥିତି ରେ ସାମ୍ବାଦିକଙ୍କ ଭୂମିକା ଓ ଦାୟିତ୍ୱବୋଧ ସର୍ବୋପରି ସାମ୍ବାଦିକଙ୍କ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବ। ଭୁବନେଶ୍ବର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ପରେ ଏଇ ଓଡିଶା ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ମହାନ୍ତି, ସମ୍ପାଦକ ନରେନ୍ଦ୍ର ନେଗୀ, ସହ ସମ୍ପାଦକ ତଥା ରାଜ୍ୟ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ ପ୍ରମୁଖ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି କର୍ମଶାଳା ରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ଦାସ ଏଇ ଓଡିଶା ର ଏହି ଉଦ୍ୟମ ନିମନ୍ତେ ଖୁସି ବ୍ୟକ୍ତ କରି କର୍ମଶାଳା ନିମନ୍ତେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।