ଓଡିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ରାଷ୍ଟ୍ର ଗଠନରେ ଶ୍ରମିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବା ସହ ବିକାଶର ପ୍ରତିଟି ସ୍ଥମ୍ଭରେ ସେମାନଙ୍କ ନିଷ୍ଠା, ତ୍ୟାଗ ଓ ପରିଶ୍ରମ ରହିଛି । ତେଣୁ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘରୋଇ କରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା, ଓଡିଶାରେ କାର୍ଯ୍ୟରତ ଅଢେଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଯୋଗାଇଦେବା, ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସର୍ବନିମ୍ନ ୨୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରିବାକୁ ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଦାବି କରିଛନ୍ତି । ସ୍ଥାନୀୟ ଲିସା ଗେଲେକ୍ସି ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ଶ୍ରମିକ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ରାମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟିର ପରିଚାଳକ କେ. ଚନ୍ଦ୍ର ଶେଖର ରେଡ୍ଡି ଯୋଗଦେଇ ଦେଶ ଗଠନରେ ଶ୍ରମିକ ମାନଙ୍କ ଅବଦାନ ଅତୁଳନୀୟ ହୋଇଥିବାରୁ ସେମାନଙ୍କ ପ୍ରତି ସରକାର ଅଧିକ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରି କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଋଷିକୁଲ୍ୟା ୟତର ମହାସଭାର ସମ୍ପାଦକ ସୀମାଂଚଳ ନାହାକ, ରାଜ୍ୟ ମେଡିକାଲ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାହାକ, ସଂଗଠନର ଆଇନ ପରାମର୍ଶଦାତା ଶିବ ଶଙ୍କର ପତି, ଗଞ୍ଜାମ ମେଡିକାଲ କର୍ମଚାରୀ ସଂଘର ସମ୍ପାଦିକା ରେଣୁପ୍ରିୟା ପାଢି, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଣ୍ଡିତ, କୋଷାଧ୍ୟକ୍ଷ ଟୁନା ଜେନା, ଅନିଲ କୁମାର ନାୟକ, ଭାଗିରଥି ନାୟକ ପ୍ରମୁଖ ଯୋଗ ଦେଇ ମଇ ଦିବସ ପାଳନର ତାତ୍ପର୍ଯ୍ୟସମ୍ପର୍କରେ ଆଲୋକପାତ କରି ସମସ୍ତ କର୍ମଚାରୀ ମାନେ ଏକାଠି ହୋଇ ସଂଘକୁ ସୁଦୃଢ କରିବାକୁ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ