ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ପଞ୍ଜିକରଣ ସମେତ ସମସ୍ତ ଆବେଦନର ପ୍ରାପ୍ତି ସ୍ୱୀକାର ରସିଦ୍ ପ୍ରଦାନ କରିବା, ସହାୟତା ପାଇଁ ଆବେଦନ କରି ମାସ ମାସ ଧରି ଅପେକ୍ଷା କରିଥିବା ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରିବା, ବୋର୍ଡର ୱେବ ସାଇଟ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ତାଜା ତଥ୍ୟ ଉପଲବ୍ଧ କରିବା, କୋଭୀଡ୍ ସହାୟତା ପ୍ରଥମ ଓ ଦ୍ୱିତୀୟ କିସ୍ତି ୧୫୦୦ ଟଙ୍କା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରିବା, ଭୁଆଁବୁଲା ନୀତି ଛାଡି ଦୁର୍ଘଟଣା ଓ ଦୁରାରୋଗ୍ୟ ଚିକିତ୍ସା ସହାୟତା ପ୍ରଦାନ କରିବା, ଶିକ୍ଷା ସହାୟତା ସମେତ ସମସ୍ତ ସହାୟତା ପାଇଁ ଅନଲାଇନ ଆବେଦନର ୩୦ ଦିନ ଓ ଅଫ୍ ଲାଇନ୍ ରେ ଆବେଦନର ୬୦ ଦିନ ମଧ୍ୟରେ ସହାୟତା ପ୍ରଦାନ କରିବା ପାଇଁ ଏକ ସ୍ପଷ୍ଠ ଆଇନ କରିବା, ଶ୍ରମ କାର୍ଯ୍ୟାଳୟ ରେ ପର୍ଯ୍ୟାୟପ୍ତ ଅଧିକାରୀଙ୍କୁ ନିୟୋଜିତ କରିବା, କର୍ମଚାରୀ ଓ ଭିତ୍ତିଭୂମୀ ସୁଦୃଢ କରିବା ସହ ପ୍ରତ୍ୟେକ ବ୍ଲକରେ ଶ୍ରମ କାର୍ଯ୍ୟାଳୟ ଖୋଲିବା, ସର୍ବନିମ୍ନ ମଜୁରୀର ସୁନିଶ୍ଚିତତା କରିବା, ସାମାଜିକ ନିରାପତ୍ତା ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ଓ ସୁସଂଗଠିତ ତଦାରଖ ପାଇଁ ବ୍ଲକ ଶ୍ରମ ଅଧିକାରୀ ନିଯୁକ୍ତି କରିବା, ପ୍ରଚଣ୍ଡ ରୌଦ୍ରାତାପରେ ଶ୍ରମିକମାନଙ୍କୁ ଖଟାଉଥିବା ଠିକାଦାର ଓ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆଜି ସ୍ଥାନୀୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ର ସହ ସମ୍ପାଦିକା ଜି. ପାର୍ବତୀଙ୍କ ସମେତ ଅନ୍ୟ କର୍ମାକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ