‘ସୃଷ୍ଟି’ ପକ୍ଷରୁ ବିଶ୍ୱନାଟକ ଦିବସ ପାଳିତ

ବୋଲଗଡ଼ (ଯୁଗାଦ୍ଧ ନ୍ୟୁଜ)): ବିଶ୍ୱନାଟକ ଦିବସ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ‘ସୃଷ୍ଟି’ ଆନୁକୂଲ୍ୟରେ ବୁଧବାର ପୂର୍ବାହ୍ନରେ ଏକ ସାଧାରଣ ସଭା ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ସୁଧାଂଶୁ ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ନୟାଗଡ ପ୍ରଜାମଣ୍ଡଳ ମହିଳା କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକ ହେଉଛି ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣାର ପରିଫଳନ ଏବଂ ନାଟକ ମାଧ୍ୟମରେ ସାମାଜିକ ତଥା ବୈପ୍ଳ୍ଲବିକ ପରିବର୍ତ୍ତନର ସୂତ୍ର ବୋଲି ସଭାରେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧାସ୍ଥିତ ନାଟ୍ୟାନୁଷ୍ଠାନ ‘ସୂତ୍ରଧର’ର ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦେଇ ସୃଷ୍ଟି ଅନୁଷ୍ଠାନ ବୋଲଗଡ ଅଞ୍ଚଳରେ ନାଟକ ମାଧ୍ୟମରେ ବହୁ ଶିକ୍ଷଣୀୟ ବାର୍ତ୍ତା ବହନ କରୁଥିବା ନାଟକ ପରିବେଷଣ ଓ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ଉଚ୍ଚକୋଟିର ନାଟକ ପରିବେଷଣକୁ ଭୁୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବଉଳିସାହି କଲେଜ ଅଧ୍ୟକ୍ଷ ପ୍ରଭାତ କୁମାର ଜେନା, ସମାଜସେବୀ ବିନୋଦ ବିହାରୀ ରାମ, ମଧୁସୂଦନ ମହାପାତ୍ର, ଲକ୍ଷ୍ମୀପ୍ରିୟା ରଥ, ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ