ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳନା ପରିଷଦର ତୃତୀୟ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳନା ପରିଷଦ ତୃତୀୟ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହି ବୈଠକରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ପ୍ରତିନିଧି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ମଞ୍ଚାସୀନ ଥିବା ବେଳେ  ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇ ସର୍ବ ପ୍ରଥମେ ଗଞ୍ଜାମ ଜିଲ୍ଲାପଳ ତଥା ଜିଲ୍ଲା ପରିଷଦର ନିର୍ବାଚନ ଅଧିକାରୀ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷାଙ୍କୁ ଶପଥପାଠ କରାଇଥିଲେ  ।  ବୈଠକରେ ସ୍ବାଗତ ଭାଷଣ ପୂର୍ବକ ଗଞ୍ଜାମ ଜିଲ୍ଲାପାଳ ସମସ୍ତ ନବ ନିର୍ବାଚିତ ସଭ୍ୟ/ସଭ୍ୟା ମାନଙ୍କୁ ଏହାର ପ୍ରଥମ ଜିଲ୍ଲାପରିଷଦ ବୈଠକ ହେତୁ ସମସ୍ତଙ୍କୁ ସ୍ବାଗତ ଜଣାଇ ଥିଲେ.ଯେ, ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲା  । ଏହି ଜିଲ୍ଲାର ଯେଉଁ ଲକ୍ଷ୍ୟ ରହିଛି ତାହା ଫାଇଭ୍ ଟି ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି ଏବଂ ଆଗାମୀ ଦିନରେ ଏହି ଫାଇଭ୍ ଟି ବଳରେ ଅନେକ ଗୁଡିଏ ଉନ୍ନୟନ ମୂଳକ କାର୍ଯ୍ୟ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି  । ଜିଲ୍ଲାର ୫-ଟି ଅନ୍ତର୍ଗତ ସ୍କୁଲ ଗୁଡିକର ରୂପାନ୍ରୀକରଣ ହୋଇଛି ଏବଂ ଆଗାମୀ ଦିନରେ ତୃତୀୟ ପର୍ଯ୍ୟାୟରେ ଆହୁରି ୬୩୩ ଗୋଟି ବିଦ୍ୟାଳୟ ରୂପାନ୍ତରୀତ ହେବାକୁ ଯାଉଛି  । ଗଞ୍ଜାମ ଟିମ୍ କାୟାକଳ୍ପରେ ପୁରସ୍କୃତ ହୋଇଛି  । ରୂପାନ୍ତରୀତ ବିଦ୍ୟାଳୟ ଗୁଡିକୁ ଜିଲ୍ଲାପରିଷଦର ସଭ୍ୟ/ସଭ୍ୟାଗଣ ପରିଦର୍ଶନରେ ଯାଇ ଏହାର ସଠିକ କାର୍ଯ୍ୟକାରୀତା ଦିଗରେ ସହଯୋଗ କରିବାକୁ ଜଣାଇଥିଲେ  । ଜିଲ୍ଲାରେ ଜୀବନ ଜୀବୀକା କୁ ଗୁରୁତ୍ବ ଦେଇ କାର୍ଯ୍ୟ କରାଯାଉଛି  । ମିଶନ୍ ଶକ୍ତି ମହିଳା ମାନଙ୍କ ନିମନ୍ତେ ନୂଆ ଅଧ୍ୟାୟ ସୃଷ୍ଟି କରିବ  । ସମସ୍ତ ବିଧାୟକ ଗଣ ଏବଂ ମନ୍ତ୍ରୀ ଶ୍ରୀ ଆରୁଖ ନିଜ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲା ସାରା ଓଡିଶାରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖି ସୁନାମ ଅର୍ଜନ କରିପାରିଥିବା ପ୍ରକାଶ କରିଥିଲେ  । ସମସ୍ତ ସରକାରୀ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରିଛି  । ସରକାରଙ୍କ ଦ୍ବାରା ରାଜ୍ୟର ଅନ୍ୟଜିଲ୍ଲାକୁ ଯେଉଁ ପରିମାଣରେ ଅନୁଦାନ ଦିଆଯାଉଛି ଏହି ଜିଲ୍ଲାକୁ ମଧ୍ୟ ସମ ପରିମାଣର ଅର୍ଥ ଆସୁଛି  । କିନ୍ତୁ ଗଞ୍ଜାମ ଜିଲ୍ଲା ସମସ୍ତଙ୍କ ସହଯୋଗ ଓ ଗୋଟିଏ ଟିମ୍ ହୋଇ କାର୍ଯ୍ୟ କରୁଥିବା ହେତୁ ଏହି ଜିଲ୍ଲା ସବୁ କାର୍ଯ୍ୟରେ ଉନ୍ନତି କରି ସୁନାମ ପାଉଛି  । ଏହି ଧାରା ଆଗାମୀ ଦିନରେ ବଜାୟ ରହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଉନ୍ନତି ହେବା ସହିତ ସାରା ରାଜ୍ୟରେ ଜିଲ୍ଲାର ସୁନାମ ବଜାୟ ରହିବ ବୋଲି ମତବ୍ୟକ୍ତ କରିଥିଲେ  । ଏହି ବୈଠକରେ ପୂର୍ବ ବୈଠକର ଆଲୋଚିତ ବିବରଣୀ ପଠନ ହେବା ସହିତ ଏହା ଅନୁମୋଦନ କରାଯାଇଥିଲା  । ବୈଠକରେ କୃଷି ବିଭାଗର ଆଲୋଚନା କରାଯାଇ ଧାନ ଚାଷ ବଦଳରେ ଅର୍ଥକରୀ ଫସଲ ଚାଷ କରାଗଲେ କୃଷିକ ଉନ୍ନତି ହେବା ସହ କୃଷକଗଣ ଅଧିକ ଲାଭବାନ ହୋଇପାରିବେ  । ଏହି ଦିଗରେ ସରକାରୀ ସହାୟତା ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଥିଲା  । ଉଦ୍ୟାନ ବିଭାଗରେ ଫୁଲକୁ ଆଦୃତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି  । ପନିପରିବା ଚାଷ ଦିଗରେ ଗଞ୍ଜାମ ଜିଲ୍ଲା ଆତ୍ମ ନିର୍ଭରଶୀଳ ହୋଇପାରିଛି ଏବଂ ପନିପରିବା ରାଜ୍ୟର ଅନ୍ୟ ଜିଲ୍ଲାକୁ ଯୋଗାଇ ପାରୁଛି  । ଜିଲ୍ଲାରେ କାର୍ଯକାରୀ କରାଯାଉଥିବା ଝଳ ସେଚନ ପ୍ରକଳ୍ପ, ମତ୍ସ୍ୟ ବିଭାଗୀୟ ପ୍ରକଳ୍ପ, ପଶୁ ସମ୍ଦ ବିଭାଗୀୟ ପ୍ରକଳ୍ପ, ଜଙ୍ଗ ବିଭାଗୀୟ, ଶିକ୍ଷା ବିଭାଗୀୟ,ଓଡିଶା ଆଦର୍ଶ ବିଦ୍ୟାଳୟ ରେ ସୌରଶକ୍ତି ସଂଯୋଗ, ସ୍ବାସ୍ଥ୍ୟ, ବିଦ୍ୟୁତ, ରାସ୍ତା, ପୋଲ, ଗ୍ରାମ୍ୟ ଉନ୍ନୟନ, ସମାଜ କଲ୍ୟାଣ, ସାମାଜିକ ନିରାପତ୍ତା, ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଚାରା ରୋପଣ, ପୋଖରୀର ଆଦଉନିକୀକରଣ, ଗ୍ରାମ୍ୟ ପାର୍କ, ଗ୍ରାମ୍ୟ ପର୍ଯ୍ୟଟନର ବିକାଶ, ଗୋରୁ ଗୁହାଳ, ଆଦର୍ଶ ଅଙ୍ଗନଓ୍ବାଡି କେନ୍ଦ୍ର, ବୃକ୍ଷରୋପଣ ସହ ଉଚ୍ଚ ବିଦ୍ୟାଳୟ ଗୁଡିକର ସୌନ୍ଦର୍ଯ୍ୟିକରଣ, କ୍ଷୁଦ୍ର ଉଦ୍ୟୋଗ ପ୍ରକ୍ରିୟା କରଣ, ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଗୃହ ନିର୍ମାଣ ପ୍ରଭୃତି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ