ନୋଳିଆ ନୂଆଗାଁ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଜନ ଆରୋଗ୍ୟ ସମିତି ବୈଠକ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆ ନୂଆଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସର ରେ  ଜନ ଆରୋଗ୍ୟ ସମିତି ବୈଠକ 20 ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁନିସପେଣ୍ଠ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡାକ୍ତର ସୁଦର୍ଶନ ସାହୁ, ନୋଳିଆ ନୂଆଗାଁ କେନ୍ଦ୍ର ର ଆୟୁଷ ଡାକ୍ତର ଡାକ୍ତର ତପସ୍ୱିନୀ ପାତ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସଂପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀ, ବିପିଏମ ସିମାଞ୍ଚଳ ପ୍ରଧାନ, ଫାର୍ମାସିଷ୍ଟ ବଙ୍କିମ ଚନ୍ଦ୍ର ମିଶ୍ର ଓ ଏ. କାଳିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ବୈଠକରେ ଡାକ୍ତରଖାନା ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇ ସେଗୁଡିକ କାର୍ଯ୍ୟକାରୀ କରିବା ପାଇଁ ସହମତି ପ୍ରକାଶ ପାଇଥିଲା l ଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ