ହତ୍ୟାକାଣ୍ଡ ସନ୍ଦେହ : ମାଟି ଖୋଲିବାରୁ ବାହାରିଲା ଗାଈ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତ ସୀତାରାମ ପଲ୍ଲୀ ଗ୍ରାମ ନିକଟସ୍ଥ ନାହାକ ପଡିଆରେ କୌଣସି ବ୍ୟକ୍ତିଙ୍କୁ ହତ୍ୟାକାରୀ ପୋତି ଦିଆଯାଇଛି ବୋଲି ସୃଷ୍ଟି ହେଲା ଗୁଜବ। କଥାରେ ଅଛି ତୁଣ୍ଡ ବାଇଦ ଶହସ୍ର କୋଶ। ଖବର ପ୍ରଚାରିତ ହେବା ପରେ ଗୋଲିଆ ପଞ୍ଚାୟତ ସମିତି ସଭ୍ୟ ତଥା ବୁଗୁଡା ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ବୁଗୁଡା ପୋଲିସ କୁ ଖବର ଦେଇଥିଲେ । ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ପହଞ୍ଚିଲେ ବୁଗୁଡା ଥାନା ସବଇନସପେକ୍ଟର ସମୀର କୁମାର ସେଠୀ ଓ ପୋଲିସ କର୍ମଚାରୀ । ଏଥିସହ ଉପାଧ୍ୟକ୍ଷ ଶ୍ରୀ ପ୍ରଧାନ ଓ ଗ୍ରାମବାସୀ ବୃନ୍ଦ ମଧ୍ୟ ଯାଇଥିଲେ ଘଟଣା ସ୍ଥଳକୁ। ପୋତାଯାଇଥିବା ମାଟି ଖୋଳିଲା ବେଳକୁ ଲୋକମାନଙ୍କ ଉତ୍କଣ୍ଠା ବଢି ଚାଲିଥିବା ବେଳେ ମାଟି ତଳୁ ବାହାରିଲା ଏକ ଗାଈର ମୃତ ଶରୀର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ