ବିଜେପି ବିଧାୟକଙ୍କ ଗିରଫ ପ୍ରତିବାଦରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଦେବଗଡ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରିବା ପ୍ରତିବାଦ ରେ କନ୍ଧମାଳ ଏସପି ଅଫିସ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ମଧ୍ୟ  କରାଯାଇଛି । ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ ।ବୁକ୍ ସର୍କୁଲାର୍ ୪୭ ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ । ବିଧାୟକଙ୍କୁ ଗିରଫ କରାଯିବା ଘଟଣାରେ ସରକାର ପରୋକ୍ଷ ଭାବେ ସରକାରୀ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେପି ଅଭିଯୋଗ କରିଛି । ଏନେଇ ଏସପିଙ୍କ ଜରିଆରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି କନ୍ଧମାଳ ବିଜେପି । ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ କହିଛନ୍ତି ଯେ, “ଜନସ୍ବାର୍ଥ ସମ୍ବଳିତ ବିକାଶ କାର୍ଯ୍ୟରେ ବାଧାସୃଷ୍ଟି ହେବାରୁ ଦେବଗଡ ଜିଲ୍ଲାରେ ଗତ ୧ ତାରିଖରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା । ହେଲେ ପୋଲିସ ଉପଯୁକ୍ତ ତଦନ୍ତ ନ କରି ତିଳେଇବଣି ବିଡ଼ିଓ ଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କଲା, ଯାହା ବୁକ୍ ସର୍କୁଲାର ୪୭ର ଅବମାନନା ଅଟେ ।” ବିଧାୟକଙ୍କୁ ଦୁର୍ବ୍ଯବହାର ପାଇଁ ଦୋଷୀ ବିଡ଼ିଓଙ୍କୁ ତୁରନ୍ତ ଗିରଫ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଉପରେ ଥିବା ମକଦ୍ଦମା ତୁରନ୍ତ ପ୍ରତ୍ୟାହାର କରିବାକୁ ସଭାପତି ଶ୍ରୀ ସାହୁ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ