ମୃତ ହୋମଗାର୍ଡଙ୍କ ପରିବାର ବର୍ଗର୍ଙ୍କୁ ମିଳିଲା ୪ ଲକ୍ଷ ଟଙ୍କା ସହାୟତା ରାଶି

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ପୋଲିସ ଜିଲ୍ଲା ଅଧିନରେ କାର୍ଯ୍ୟ କରୁଥିବା ବେଳେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ଯାହାଫଳରେ ଆଜି ତାଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ଓଡିଶା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅବସରରେ ଗଂଜାମ ଏସପି ବ୍ରିଜେଶ କୁମାର ରାୟ ଆଜି ମୃତ ହୋମଗାର୍ଡ ସୁଧାଶୁଂ ଶେଖର ଦାଶଙ୍କ ପତ୍ନୀ ମମତା ଦାଶଙ୍କୁ ଏହି ସହାୟତା ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ବେଳେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତିଙ୍କ ସହ ମୃତ ହୋମଗାର୍ଡ ସୁଧାଶୁଂଙ୍କ ପରିବାର ର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଣ୍ଟସୂଚନା ଯୋଗ୍ୟ ଯେ ଗତ ୨୯.୧୨.୨୦୨୦ ତାରିଖ ରେ ଛତ୍ରପୁର ଥାନା ଅଧୀନରେ କାର୍ଯ୍ୟରତ ଥିବା ସମୟରେ ହୋମଗାର୍ଡ ସୁଧାଶୁଂ ଶେଖର ଦାଶ ମୃତ୍ୟୁ ଘଟିଥିଲା । ଯାହାଫଳରେ ଓଡିଶା ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ