ରୋଗୀ ବଦଳରେ ଷ୍ଟ୍ରେଚର ରେ ବୁହାଚାଲିଛି ବାଲି : ତଦନ୍ତ ଦାବି
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଜବ ଘଟଣା ଦେଖିବାକୁ ମିଳିଛି । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଷ୍ଟ୍ରେଚରରେ ବାଲି ବୁହା ଚାଲିଛି। ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇ ଆସୁଥିବାବେଳେ ଆଜି ଷ୍ଟ୍ରେଚରରେ ବାଲିବୁହା ଘଟଣା ସମସ୍ତଙ୍କୁ ଚକିତ କରିଛି। ଠିକାଦାରଙ୍କୁ ଅନୁକମ୍ପା ଦେଖାଇ କିଏ କାହା ନିର୍ଦ୍ଦେଶରେ ସମ୍ପୃକ୍ତ ଠିକାଦାରକୁ ବାଲି ବୋହିବା ପାଇଁ ଷ୍ଟ୍ରେଚର ଦେଇଛି ତାହା ଜଣାପଡିନଥିଲେ ମଧ୍ୟ ଠିକାଦାରଙ୍କୁ ସନ୍ତୁଷ୍ଟି କରିବା ପାଇଁ ଏହା କରାଯାଇଥିବା କିଛି କର୍ମଚାରୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି। ଉନ୍ନୟନମୂଳକ କାର୍ଯ୍ୟ ନାମ ରେ ଡାକ୍ତରଖାନାର ରୋଗୀ ପାଇଁ ଉଦ୍ଧିଷ୍ଟ ଥିବା ଉପକରଣକୁ କିଭଳି ଭାବରେ ବ୍ୟବହାର କରାଯାଉଛି ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଗୋଚରରେ ଏଭଳି ବେଆଇନ କାର୍ଯ୍ୟ କିପରି କରାଯାଉଛି ତାହାକୁ ତଦନ୍ତ କରିବାପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି ।