ଦିବଂଗତ ମହନ୍ତ ନରୋତ୍ତମ ଦାସମହାରାଜଜୀଙ୍କ ୫ମ ବାର୍ଷିକ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣ ସାହି ଠାରେ ଥିବା ନୃସିଂହନାଥ ମଠର ପୂର୍ବତନ ମହନ୍ତ ଶ୍ରୀ ନରୋତ୍ତମ ଦାସ ମହରାଜଜୀଙ୍କ ୫ମ ବ୍ରଜବାସୀ ଏକ ଶ୍ରଦ୍ଧାଞ୍ଜଳି ମହୋତ୍ସବ ପାଳିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବୃନ୍ଦାବନ, ମଥୁରା, ଜଗନ୍ନାଥଧାମ, ଗଂଜାମ ମଣ୍ଡଳ, ଗଜପତି ମଣ୍ଡଳ, ଆନ୍ଧ୍ରରେ ଥିବା ମଠ ମନ୍ଦିରରୁ ପ୍ରାୟ ୧୦୮ ମହନ୍ତ, ସାଧୁ ସନ୍ଥ ଯୋଗଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସମସ୍ତେ ସ୍ୱର୍ଗତ ନରୋତ୍ତମଦାସଜୀଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା, ଶ୍ଲୋକ ମନ୍ତ୍ର ଆଦି ଉଚ୍ଚାରଣ ସହ ସଂକୀର୍ତ୍ତନ କରିଥିଲେ । ଏଥି ଅବସରରେ ଆଜି ସକାଳ ୬ଘଣ୍ଟା ଠାରୁ ଅଷ୍ଟପ୍ରହରୀ ନାମ ଯଜ୍ଞ, ନଗର କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ହେଉଛି । ଏହି କାର୍ଯ୍ୟକ୍ରମକୁ ନୃସିଂହନାଥ ମଠର ମହନ୍ତ ମଦନଗୋପାଳ ଦାସଜୀ ମହାରାଜ ଏବଂ ବାବା ମଧୂସୁଦନ ଦାସ ପ୍ରମୁଖ ପରିଚାଳା କରିଥିଲେ । ଏଥିଲାଗି ଅନ୍ନ ପ୍ରସାଦ ବ୍ୟବସ୍ଥା ମଧ୍ୟ ହୋଇଥିଲା ।