ଭିନ୍ନକ୍ଷମ ଭତ୍ତା ପ୍ରଦାନ ବାଟବଣା : 75% ଭିନ୍ନକ୍ଷମ ଛାତ୍ରୀ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତିରେ ଭିନ୍ନକ୍ଷମ ଭତ୍ତା ପ୍ରଦାନ ଯୋଜନା ବାଟବଣା ହୋଇଥିବା ଲକ୍ଷ୍ୟ କରାଯାଇଛି. ଏହି ଜିଲ୍ଲାର 75% ଭିନ୍ନକ୍ଷମ ଥିବା ଜଣେ ଛାତ୍ରୀ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି.  ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକପୁର ଗ୍ରାମ ପଂଚାୟତ ଗୁବୁରୀଗୁଡା ଗ୍ରାମର ବଟସାହିରେ ରହିଥିବା  ଗ୍ରାମର ସଞ୍ଜୟ ରଇତଙ୍କ ୭ବର୍ଷର ଭିନ୍ନକ୍ଷମ ଝିଅ ଭାଗ୍ୟଲକ୍ଷୀ ରଇତ I ଏହି ଝିଅଟି ଜନ୍ମରୁ ହିଁ ମୁକ ଏବଂ ବଧୂର । କିଛି କହି ପାରୁନି କି କିଛି ଶୁଣି ପାରୁନି କେବଳ ଠାର ଦ୍ବାରା ହିଁ ସେ ସେ ବୁଝି ପାରୁଛି ଏବଂ ସବୁ କାମ  କରୁଛି I ହେଲେ ଏହାର ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନକୁ ଯାଇ ଗୁଡିଏ ଟଙ୍କା ଖର୍ଚ୍ଚ କଲେ ତାର ବାପା ଓ ମା. ହେଲେ ସମସ୍ତ ଅର୍ଜିତ ସମ୍ପତ୍ତି ସରିଗଲା. କିନ୍ତୁ ତାଙ୍କ ଝିଅ  ଆଉ ଭଲ ହୋଇ ପାରିଲା ନାହିଁ I  ପରିଶେଷରେ ଝିଅର ପିତା ଭିନ୍ନକ୍ଷମ ଭତ୍ତା ପ୍ରଦାନ କରନ୍ତୁ ବୋଲି ବ୍ଲକ ପ୍ରଶାସନକୁ ଗୁହାରି  କରିଛନ୍ତି । ଅପରପକ୍ଷରେ ଝିଅଟି ମୁକ ବଧୂର ହେଲେ ମଧ୍ୟ ବାପା ମା ଝିଅଟିକୁ ନିକଟସ୍ଥ ଗୁବୁରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିବା ପାଇଁ ଛାଡିଛନ୍ତି । ହେଲେ ବିଦ୍ୟାଳୟର ଶିକ୍ଷକ କହିଛନ୍ତି ଏହି ଝିଅଟି ପ୍ରତିଦିନ ବିଦ୍ୟାଳୟକୁ ଆସୁଛି ସବୁ ପିଲା ସହ ମିଶୁଛି ଖେଳୁଛି କିନ୍ତୁ ପଢ଼ାଇବା ସମୟରେ ଏହି ଝିଅ ପାଇଁ ଟିକେ ଅସୁବିଧା ହେଉଛି I ଯେହେତୁ ସେ ଶୁଣି ପାରୁନି କି କହି ପାରୁନି । ତେଣୁ ଝିଅଟିର ପାଠ ପଢ଼ାରେ ଅସୁବିଧା ହେଉଛି. ଏଭଳି 75 ଭାଗ ଭିନ୍ନକ୍ଷମ ଥିବା ଗରିବ ଝିଅକୁ ତୁରନ୍ତ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ