ବିଇଓ ଅଫିସ ଆଗରେ ବ୍ଲକ ସମ୍ବଳ ଶିକ୍ଷୟିତ୍ରୀଙ୍କ ଧାରଣା

ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଜି ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାଶ ଧାରଣାରେ ବସିଥିବା ଜଣାଯାଇଛି । ପ୍ରକାଶ ଯେ, ରାଜ୍ୟ ସରକାର ପ୍ରତି ବ୍ଲକରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ଓ ତାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ପାଇଁ ପ୍ରତି ବ୍ଲକରେ ଜଣେ ସମ୍ବଳ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକରେ ଟୁନାବାଳା ଦାଶ ସମ୍ବଳ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଆସୁଛନ୍ତି । ଗତ କିଛି ମାସ ପୂର୍ବରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ୫ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥର ବିଲ ପାଇଁ ବିଇଓ ସମ୍ବଳ ଶିକ୍ଷୟିତ୍ରୀଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ଆସିଥିଲା । ପରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିଲା । ଅପରପକ୍ଷେ ବ୍ଲକ ସମ୍ବଳ ଶିକ୍ଷୟିତ୍ରୀ ସଂପୃକ୍ତ ବିଭାଗରେ ଅନିୟମିତତା କରିଥିବା ନେଇ ବିଇଓ ତାଙ୍କୁ ଗତ ମାର୍ଚ୍ଚ ୧୬ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏହାର ଜବାବ ଗତ ମାର୍ଚ୍ଚ ୨୨ରେ ସମ୍ବଳ ଶିକ୍ଷୟତ୍ରୀ ଦେଇଥିଲେ । ପରେ ବିଇଓଙ୍କର ଏତାଦୃଶ କାର୍ଯ୍ୟ ବିରୁଦ୍ଧରେ ସମ୍ବଳ ଶିକ୍ଷୟିତ୍ରୀ ଗତ ଏପ୍ରିଲ ୧୬ରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଜିଲା ପ୍ରଶାସନ ପକ୍ଷରୁ ତଦନ୍ତରେ ବିଳମ୍ବ ହେବାରୁ ଗତ ମେ ୨ରେ ସେ ବିଇଓ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଥିଲେ । ଶେଷରେ ସେ ଆଜି ବିଇଓ ଅଫିସ ଆଗରେ ସକାଳ ୮ରୁ ୧ଟା ୩୦ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ